ଲଙ୍କାଗୁଣ୍ଡ ପକାଇ ୧. ୬୬ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ମହିଳା କର୍ମଚାରୀ ଓ ତାଙ୍କ ପ୍ରେମିକ ଗିରଫ

ଚାନ୍ଦବାଲି, ୨୦ା୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟ୍‌ ଘଟଣାର ୧୧ ଦିନ ପରେ ପର୍ଦ୍ଦାଫାଶ ହୋଇଛି। ଏକ ସ୍କୁଟି ଯୋଗେ ଟଙ୍କା ନେଇ ଯାଉଥିବା ମହିଳା କର୍ମଚାରୀ ନିଜ ପ୍ରେମିକଙ୍କ ସହାୟତାରେ ଏଭଳି ଲୁଟ୍‌ ନାଟକ ରଚିଥିବା ଚାନ୍ଦବାଲି ଥାନା ପୋଲିସ କହିଛି। ଏହି ଘଟଣାରେ ଅଭିଯୁକ୍ତ ମହିଳା କର୍ମଚାରୀ ଓ ତାଙ୍କ ପ୍ରେମିକଙ୍କୁ ପୋଲିସ ଶୁକ୍ରବାର ଗିରଫ କରି ରାତି ୮ଟାରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି।
ଚାନ୍ଦବାଲି ପୋଲିସ ଏହି ସୂଚନା ଦେଇ କହିଛି ଯେ, ଭୁବନେଶ୍ୱରର ଅନ୍ନପୂର୍ଣ୍ଣା ଫାଇନାନ୍ସ ନାମକ କମ୍ପାନୀ ଚାନ୍ଦବାଲିରେ ଏକ ଶାଖା ଖୋଲି ଯାଜପୁର ସଦର ଥାନା ଅଧୀନ ରସୁଣା ବରୁଅଁା ଗଁାର ଜଣେ ଯୁବତୀଙ୍କୁ କଲେକସନ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲା। ଚାକିରି କରିବା ସମୟରେ ଏହି ଯୁବତୀଙ୍କର ଫେସ୍‌ବୁକରେ ବାଲେଶ୍ୱର ଜିଲା ସିମୁଳିଆ ଥାନା ରଘୁନାଥପୁର ଗଁାର ସୁଶୀଲ କୁମାର ସ୍ବାଇଁଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ବିବାହ କରିବାକୁ ଯୋଜନା କରିଥିଲେ। ସୁଶୀଲ ନିଜ ଗଁାରେ ଘର ତିଆରି କରୁଥିବାରୁ କିଛି ଟଙ୍କାର ଆବଶ୍ୟକତା ଥିଲା। ଉଭୟ ମିଶି ଅନ୍ନପୂର୍ଣ୍ଣା ଫାଇନାନ୍ସର ଆଦାୟ ଟଙ୍କାଙ୍କୁ ରାସ୍ତାରେ ହଡ଼ପ କରି ଏହାକୁ ଲୁଟ୍‌ ରୂପ ଦେବାକୁ ଯୋଜନା କରିଥିଲେ। ତଦନୁଯାୟୀ ଗତ ୮ ତାରିଖରେ ଅଧିକ ପରିମାଣର ଟଙ୍କା ନେଇ ଏହି ଯୁବତୀ ଜଣଙ୍କ କମ୍ପାନୀ ଅଫିସରେ ଜମା କରିବାକୁ ମାଧପୁରରୁ ଚାନ୍ଦବାଲି ଯାଉଥିଲେ। ପୂର୍ବ ଯୋଜନା ମୁତାବକ ସୁଶୀଲ ଏକ ବାଇକ୍‌ରେ ମାଧପୁର ଆସିଥିଲେ। ସନ୍ଦେହ ନ ହେବା ପାଇଁ ରାମସେରପୁର ଛକରେ ଥିବା ଏକ ଦୋକାନରୁ ସୁଶୀଲ ଲଙ୍କା, ଜିରା ଓ ଅନ୍ୟ ମସଲା ଗୁଣ୍ଡ କିଣିଥିଲେ। ରାସ୍ତାରେ ଯୁବତୀ ଜଣଙ୍କ ଟଙ୍କା ବ୍ୟାଗ୍‌ ଓ ନିଜର ମୋବାଇଲକୁ ସୁଶୀଲଙ୍କୁ ବଢ଼ାଇ ଦେଇଥିଲେ। ପରେ ସେ ନିଜ ସ୍କୁଟିରେ ଲଙ୍କାଗୁଣ୍ଡ ପକାଇ ଲୁଟ୍‌ର ନାଟକ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳର ନିକଟରେ ମତୋ ପୋଲିସ ଫାଣ୍ଡି ଥିବାବେଳେ ଯୁବତୀ ଜଣଙ୍କ ସେଠାରେ ଅଭିଯୋଗ ନ କରି ୧୦ କି.ମି. ଦୂର ଚାନ୍ଦବାଲି ଥାନାକୁ ଆସି ଅଭିଯୋଗ କରିବା ପୋଲିସକୁ ସନ୍ଦେହରେ ପକାଇଥିଲା। ତେବେ ତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୧୭୫/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ଯୁବତୀଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରିବା ସହିତ ଏହାର କଲ୍‌ ଡିଟେଲ ବାହାର କରି ପୋଲିସ ତଦନ୍ତକୁ ଆଗେଇ ନେଇଥିଲା। ଗୁରୁବାର ରାତିରେ ଚାନ୍ଦବାଲି ଥାନାଧିକାରୀ ତାପସ ପ୍ରଧାନ ଓ ମତୋ ଫାଣ୍ଡି ଅଧିକାରୀ ମହମ୍ମଦ ହାପିଜ ସଦଳବଳ ସୁଶୀଲଙ୍କ ଘର ରଘୁନାଥପୁରରେ ଚଢ଼ାଉ କରି ତାଙ୍କୁ ଚାନ୍ଦବାଲି ଥାନାକୁ ଆଣିଥିଲେ। ସୁଶୀଲ ଲୁଟ୍‌ ଟଙ୍କା ନେଇ ଘର ତିଆରି କାମରେ ବାକିଥିବା ସିମେଣ୍ଟ ଓ ରଡ୍‌ ଦୋକାନରେ ଶୁଝିଥିବା ଏବଂ ଯୁବତୀଙ୍କ ମୋବାଇଲର ସିମ୍‌ କାଢ଼ି ଦେଇ ମୋବାଇଲକୁ ଗୋଟିଏ ସ୍ଥାନରେ ପୋତି ଦେଇଥିବା ସ୍ବୀକାର କରିଥିଲେ। ପୋଲିସ ଯୁବତୀଙ୍କୁ ଥାନାକୁ ଆଣି ମଧ୍ୟ ପଚରାଉଚରା କରିଥିଲା। ଟଙ୍କା ଫେରାଇ ମାମଲାର ଆପୋଷ ସମାଧାନ କରିବାକୁ ପ୍ରେମୀଯୁଗଳ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri