ଲଘୁଚାପ ବରଷାର ପରଭାବ:ଭାଂଗଲା ଅନେକ ଘର, ବିଦ୍ୟୁତ ସେବା ଠପ୍‌

ବିଜେପୁର, ୧୪।୮ (ଡି.ଏନ୍‌.ଏ.): ଲଘୁଚାପ ପରଭାବରେ ବରଗଡ଼ ଜିଲା ବିଜେପୁର ଅଂଚଲରେ ଗଲା ରଏବାର ବେଲବୁଡାନୁ ସୋମବାର ଦୁଇପହର ତକ୍‌ ବରଷା ଲାଗି ରହିଥିଲା। ବରଷାରେ ଅଂଚଲର ବହୁତ୍‌ ଲୁକ୍‌କର ଘରଦୁଆର ଭାଂଗି ଯାଇଥିବାର ଜନାଯାଇଛେ। ହେଲେ ଇଥ୍‌ରେ କେହି ଖଁଡ଼ିଆଡଁଡ଼ିଆ ହେଇଥିବାର ଜନା ନାଇଁପଡ଼ି। ଏନ୍‌ଏସି ସଦର ମହକୁମାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବରଷା ପାଏନ୍‌ ଜମା ହେଇ ରହିଥିଲା। ଏନ୍‌ତାଥି ଏନ୍‌ଏସି କତୁରପକ୍ଷ ଦମକଲ ବିଭାଗକେ ପାଏନ୍‌ ଶୁଖାବାକେ ଅନୁରୋଧ କରିଥିଲେ। ଦମ୍‌କଲ ବିଭାଗ କରମ୍‌ଚାରୀ ପମ୍ପ ଲଗେଇ ପରିସରରୁ ପାଏନ୍‌ ଶୁଖେଇଥିଲେ। ସେନ୍‌ତା ବହୁତ୍‌ ଲୁକ୍‌କର ଘରକେ ବି ବରଷା ପାଏନ୍‌ ଢୁକିଥିଲା, ଯେନ୍‌ଥିରଲାଗି ସେ ପରିବାରମାନେ ଦିନ୍‌ ରାଏତ୍‌ ପାଏନ୍‌ ଶୁଖାବାର ଲାଗି ନାନା ସମସିଆର ସାମ୍‌ନା କରିଥିଲେ। ବିଜେପୁର, କନ୍ଦିରା, ବାଉଁଶପୋଲା, ବେନିଅଁାଚାଲ, ପଥର୍ଲା ଲେଖେଁ ଅନେକ୍‌ ଗଁାରେ ଲଗାତାର ବରଷାରେ ଅନେକ ଲୁକ୍‌କର ଘରଦୁଆର ମାଡ଼ି ବସିଥିବାର ଜନାଯାଇଛେ। ଏନ୍‌ତା ପରିସ୍ଥିତିରେ ପନିପରିବା ବିକି ଆସିଥିବାର ଚାଷୀମାନେ ବି ବଡ଼ଭାରି ସମସିଆର ସାମନା କରିଥିଲେ। ବରଷା ଲାଗି ଅଂଚଲରେ ଯାତାୟତ ବି ଗୁଟେ ପରକାର ଠପ୍‌ ହେଇଯାଇଥିଲା। ସୋମବାର ସଖାଲର ୮ ବଜେନୁ ବେଲବୁଡ଼ାର ୬ ବଜେ ତକ୍‌ ବୁଦ୍ୟୁତ୍‌ ଯୋଗାଣ ବଁଦ୍‌ ରହିଥିଲା। ସାଢ଼େ ୧୦ ଘଁଟା ତକ୍‌ ବିଦ୍ୟୁତ୍‌ ସେବା ପରଭାବିତ ହେବାର ଲାଗି ଲୋକ୍‌ ବହୁତ୍‌ ହଇରାନ ହରକତ୍‌ ହେଇଥିଲେ। ଇଆଡ଼େ ବରଷା ଲାଗି ଅଂଚଲର ଚାଷୀ ମହଲରେ ଖୁସିର ଲହର ଖେଲିଯାଇଛେ।