Categories: ବାଣିଜ୍ୟ

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ ହ୍ରାସ କରାଯାଇଛି। ଗତ ମାସରେ କମ୍ପାନୀ ୧.୧୯ ଲକ୍ଷ ୟୁନିଟ୍‌ ଯାନ ଉତ୍ପାଦନ କରିଛି। ଏହା ଗତ ବର୍ଷ ସମାନ ସମୟରେ ୧.୫୦ ଲକ୍ଷ ୟୁନିଟ ରହିଥିଲା। ଚଳିତ ବର୍ଷ ଅକ୍ଟୋବରରେ କମ୍ପାନୀ ୧.୧୭ ଲକ୍ଷ ଯାତ୍ରୀବାହି ଯାନ ଉତ୍ପାଦନ କରିଛି। ଯାହା ୨୦୧୮ ସମାନ ମାସରେ ୧.୪୮ ଲକ୍ଷ ରହିଥିଲା। ଗତ ବର୍ଷ କମ୍ପାନୀ ୧୩୮୧୭ ଭ୍ୟାନ ବଜାରକୁ ଛାଡିଥିଲା ଏହା ଚଳିତ ବର୍ଷ ହ୍ରାସ ଘଟି ୭୬୬୧ ରହିଛି। କମ୍ପାନୀର ମିନି ସେଗମେଣ୍ଟ ଯାନ ୨୦୯୮୫ ୟୁନିଟକୁ ହ୍ରାସ ଖସିଛି। ଏହା ଗତ ବର୍ଷ ୩୪,୨୯୫ ୟୁନିଟ ରହିଥିଲା। ସେହିଭଳି କମ୍ପାକ୍ଟ ସେଗମେଣ୍ଟରେ ବିକ୍ରି ୭୪,୧୭୬ରୁ ୬୪,୦୭୯ ୟୁନିଟକୁ କମିଛି।

Share