ଲଗାଣ ବର୍ଷା : ଜନଜୀବନ ଅସ୍ତବ୍ୟସ୍ତ

ଆନନ୍ଦପୁର,୨୫।୯(ସ୍ବ.ପ୍ର.) : ଲଘୁଚାପ ପ୍ରଭାବରେ ଦୁଇଦିନ ଧରି କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଏହାର ପ୍ରଭାବରେ ଅର୍ଥନୈତିକ କାରବାର ହ୍ରାସ ପାଇବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୁଧବାର ଆନନ୍ଦପୁର ଅଞ୍ଚଳରେ ୩୮.୪ ମିମି ବର୍ଷା ହୋଇଛି। ସେହିପରି ଠାକୁରମୁଣ୍ଡାରେ ୨୫ମିମି, ପାଟଣାରେ ୨୫.୪ ମିମି, ଚମ୍ପୁଆରେ ୫୨ମିମି ବର୍ଷା ହୋଇଛି। ତେବେ ଏହି ବର୍ଷା ବୈତରଣୀ ଜଳସ୍ତର ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।