ଲଗାଣ ବର୍ଷାରେ ଭାସିଲା ସହର

ଭଦ୍ରକ ଅଫିସ, ୨।୭ – ମୌସୁମୀର ୨ୟ ବର୍ଷାରେ ଭଦ୍ରକ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ରବିବାର ଦିନତମାମ ଝିପିଝିପି ବର୍ଷା ଲାଗିରହିଥିଲା। ସୋମବାର ସକାଳଠାରୁ ଲଗାଣ ବର୍ଷାରେ ପୌରାଞ୍ଚଳର ବିଭିନ୍ନ ୱାର୍ଡ ଜଳମଗ୍ନ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ଜମି ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଜିଲା ସାରା ଏଭଳି ବର୍ଷା ଲାଗିରହିଛି।
ଭଦ୍ରକ ଜିଲାରେ ମୋଟ ୭୩.୮ ମିଲିମିଟର ବର୍ଷା ହୋଇଥିବା ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଭଦ୍ରକରେ ୫ ମିଲିମିଟର, ଭଣ୍ଡାରିପୋଖରୀରେ ୧୭, ବାସୁଦେବପୁରରେ ୧୨, ବନ୍ତରେ ୫, ଚାନ୍ଦବାଲିରେ ୧୮.୮, ଧାମନଗରରେ ୯ ଓ ତିହିଡ଼ିରେ ୭ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ଦ୍ୱାରା ମୁଖ୍ୟତଃ ପୌରାଞ୍ଚଳର ୫ ଓ ୮ ନମ୍ବର ୱାର୍ଡ, କୁଅଁାସ, ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ ରାସ୍ତା, ବୁଦ୍ଧବିହାର ଅଞ୍ଚଳବାସୀ ପ୍ରଭାବିତ ହୋଇଛନ୍ତି। ପୌରାଞ୍ଚଳ ଅଧୀନ ଚରମ୍ପା ଅଞ୍ଚଳର ୫ ନମ୍ବର ୱାର୍ଡର ଅଧିକାଂଶ ଅଞ୍ଚଳରେ ଡ୍ରେନ ନ ଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏହି ୱାର୍ଡର ବହୁସଂଖ୍ୟକ ଲୋକଙ୍କ ଘରେ ବର୍ଷାଜଳ ପଶିଯାଇଛି। ୱାର୍ଡର ବିଭିନ୍ନ ସ୍ଥାନରେ ୨ ଫୁଟ ଉଚ୍ଚତାର ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି। ସେହିପରି ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁ ଜିଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ କୋର୍ଟ ପରିସର, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ଅବସ୍ଥା ବେହାଲ ହୋଇଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ରହିଥିବାରୁ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକେ ଜିଲାପାଳଙ୍କ ଅଫିସକୁ ଯିବା ପାଇଁ ଅସୁବିଧା ଭୋଗିଥିଲେ। ସେହିଭଳି ସହରର ମୁଖ୍ୟସ୍ଥଳ କୁହାଯାଉଥିବା ବନ୍ତ-ଅପର୍ତ୍ତିବିନ୍ଧା ଛକ ରାସ୍ତାରେ ବର୍ଷାଜଳ ଲହଡ଼ି ଭାଙ୍ଗିଛି। ଏପଟେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବଜାରରେ ପାଣି ନିଷ୍କାସିତ ହୋଇ ନ ପାରି ଦୋକାନ ଭିତରେ ପଶୁଥିବା ଦେଖାଯାଇଛି। ଏ ସମ୍ପର୍କରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ମୁଖ୍ୟ ଡ୍ରେନ ଉପରେ ଜବରଦଖଲ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି, ଜବରଦଖଲମୁକ୍ତ ହେବା ପରେ ଡ୍ରେନ ସଫା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri