ଲକ୍‌ଡାଉନ ଉଲ୍ଲଂଘନ, ୧୭ ଗିରଫ

ଭୁବନ, ୫।୪(ଡି.ଏନ.ଏ.)-ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନ ପୋଲିସ ଶନିବାର ୧୭ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ କେତେଜଣ ଅମାନିଆ ଯୁବକ ଏହାକୁ ବେଖାତିର କରି ଖୁଲମଖୁଲା ବିଭିନ୍ନ ବାହାନା କରି ବାଇକ୍‌, ସାଇକେଲ ଧରି ବୁଲୁଛନ୍ତି। ଏପରି ଅବାଧ୍ୟ ଯୁବକଙ୍କୁ ସାବାଡ୍‌ କରିବା ଲାଗି ପୋଲିସ ଆହୁରି କଠୋର ହେବ ବୋଲି ଚେତାବନୀ ଦିଆଯାଇଛି।