ଲକ୍‌ଡାଉନ୍‌: ସଲମାନ୍‌ଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଛନ୍ତି ୟୁଲିଆ, ମାଛ ଧରି ଶେୟାର କଲେ ଭିଡିଓ

ମୁମ୍ବାଇ : ବର୍ତ୍ତମାନ ସଲମାନ ତାଙ୍କ ପରିବାର ସଦସ୍ୟ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଫାର୍ମହାଉସ୍‌ରେ ରହିଛନ୍ତି। କାରଣ ସଲମାନ୍‌ ତାଙ୍କ ଫାର୍ମହାଉସ୍‌କୁ ବୁଲିବାକୁ ଆସି ଲକ୍‌ଡାଉନ୍‌ ଯୋଗୁ ଫସିଯାଇଛନ୍ତି। ଏହି ସମୟରେ ସଲମାନ୍‌ ଫାର୍ମହାଉସ୍‌ରେ ଯାହା କିଛି କରୁଛନ୍ତି ଫ୍ୟାନ୍‌ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ତାଙ୍କ ସହିତ ତାଙ୍କର ଅତି ଘନିଷ୍ଠ ବନ୍ଧୁ ତଥା କଥିତ ପ୍ରେମିକା ୟୁଲିଆ ବନ୍ତୁର ମଧ୍ୟ ଅଛନ୍ତି। ୟୁଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ମାଛ ଧରୁଥିବା ଦେଖିବାକୁ ମିଳିଛି। ଭିଡିଓଟିରେ ୟୁଲିଆଙ୍କ ବ୍ୟତୀତ କିଛି ଲୋକ ଜାଲ ପକାଇ ମାଛ ଧରୁଥିବା ନଜର ଆସିଛନ୍ତି। ଭିଡିଓରେ ୟୁଲିଆ କହିଛନ୍ତି, ‘ଖାଇବାର ଅଛି ଯଦି ପରିଶ୍ରମ କର, ଆଜି ଏ ହେଉଛି ଆମ ଲଞ୍ଚ୍‌’।

ୟୁଲିଆଙ୍କ ଏହି ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ। ଏହା ପୂର୍ବରୁ ୟୁଲିଆଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ୟୁଲିଆ ଫାର୍ମହାଉସ୍‌ରେ ଚାଟ୍‌ ଶୋ’ କରୁଥିଲେ। ପଛରୁ ସଲମାନ୍‌ ଆସି ତାଙ୍କ ଚେୟାର ଉପରେ ହାତ ରଖି କିଛି କହୁଥିବାର ଦେଖିବାକୁ ମିଳିଥିଲା। ଏଥିରୁ ଜଣାପଡୁଥିଲା ୟୁଲିଆ ତାଙ୍କୁ ଚାଲିଯିବାକୁ କହୁଥିଲେ। ଏହା ପରେ ସଲମାନ୍‌ ଚାଲିଯାଇଥିଲେ। ୟୁଲିଆ ଜଣେ ମଡେଲ, ହୋଷ୍ଟ, ରେଡିଓ ପ୍ରେଜେଣ୍ଟର ଏବଂ ସିଙ୍ଗର ମଧ୍ୟ। ସଲମାନଙ୍କ ସହ ୟୁଲିଆଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଉଛି। ସଲମାନ୍‌ଙ୍କ ସହ ତାଙ୍କ ଫାର୍ମହାଉସ୍‌ରେ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌, ସୋହେଲଙ୍କ ପୁଅ ନିର୍ବାଣ ମଧ୍ୟ ଅଛନ୍ତି।

Share