ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ ଲଢ଼େଇ କଲେ ଘାତକ ଭାଇରସ୍‌ କୋଭିଡ୍‌-୧୯କୁ ହରାଇ ହେବ। ଏକମାତ୍ର ମହୌଷଧି ସଚେତନତା ଓ ସତର୍କତା ଉପରେ ସରକାର ସବୁପ୍ରକାୟ ପ୍ରୟାସ ଜାରି ରଖିଛନ୍ତି। ରବିବାର ରାଜ୍ୟ ବ୍ୟାପୀ ‘ଜନତା କର୍ଫ୍ୟୁ’ ସହ ୫ ଜିଲା ଓ ୮ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଥିଲା। ସୋମବାର ସରକାର ଲକ୍‌ଡାଉନ୍‌ ପରିସୀମା ୧୪ ଜିଲାକୁ ବଢ଼ାଇଛନ୍ତି। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଇଥିବାବେଳେ ପୋଲିସ ଯାଞ୍ଚକୁ କଡାକଡି କରିଛି। ହେଲେ ରାଜଧାନୀ ସମତେ ବିଭିନ୍ନ ସହରରେ ଲୋକେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଜୋନ୍‌ ଏସିପି, ଥାନାଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀ ପ୍ରତିଛକକୁ ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିଲେ। ହେଲେ ବହୁ ଲୋକ ଲକ୍‌ଡାଉନ୍‌କୁ ମାନି ନ ଥିଲେ। କୌଣସି କାମ ନ ଥାଇ ଏକାଧିକ ଲୋକେ କାର୍‌, ବାଇକ ଧରି ରାସ୍ତାରେ ପଇଁତରା ମାରୁଥିଲେ। ଅଯଥାରେ ବିଭିନ୍ନ ଛକରେ ଭିଡ଼ ଜମାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ତାଗିଦ ସହ ସଚେତନ ରହିବାକୁ ବୁଝାଉଥିଲେ। ହେଲେ ସେମାନେ ନାନା ବାହାନା ଦେଖାଇ ଖସିବାକୁ ଚେଷ୍ଟା କରିଥିଲେ। କିଏ ଔଷଧ ପାଇଁ ତ ଆଉ କିଏ ମେଡିକାଲ କଥା କହୁଥିଲେ। ବହୁ ଲୋକ ଖାଇବା ଓ ଅନ୍ୟ ସ୍ଥାନରେ ରହିଯାଇଥିବା ମଧ୍ୟ କହିଥିଲେ। ପୁଣି କେତେକ ଲୋକ କାଲିଠାରୁ ଆଉ ନ ବୁଲିବାକୁ କହି ଚାଲିଯାଉଥିଲେ। ଏହାକୁ ନେଇ କେତେକ ସ୍ଥାନରେ ପୋଲିସ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ସ୍ଥାନରେ ପୋଲିସ ଗାଡ଼ି ଚାବି ଛଡ଼ାଇ ନେବାକୁ ବାଧ୍ୟ ହେଉଥିଲା। ହେଲେ ଗହଳି ହେବାରୁ ସେମାନଙ୍କୁ ଛାଡିଦେଉଥିଲା। ସେହିପରି ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା ଓ ଅନ୍ୟ ସହର ତଥା ଗ୍ରାମାଞ୍ଚଳରେ ପରିବାର ମାର୍କେଟ ଏବଂ ଦୋକାନରେ ପ୍ରବଳ ଭିଡ଼ ଲାଗିଥିଲା। କୌଣସି ଦୋକାନରେ ସାମାଜିକ ଦୂରତ୍ୱ ନ ଥିଲା। ପୁରୀରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସିଟି ଡିଏସ୍‌ପି କ୍ଷୀରସାଗର ନାୟକ, ଟ୍ରାଫିକ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ପ୍ରମୁଖ ବଡ଼ଶଙ୍ଖ ପରିବା ମାର୍କେଟରେ ପହଞ୍ଚତ୍ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରିଥିଲେ।

ଗଳି ରାସ୍ତାରେ ଖସିଲେ, ଲୁଚି ବୁଲିଲେ ଉଲ୍ଲଂଘନକାରୀ
ଲକ୍‌ଡାଉନ୍‌କୁ ନେଇ ଅନେକ ଲୋକେ ସଚେତନ ନୁହନ୍ତି। ସେମାନେ ନିଜ ଜୀବନକୁ ବାଜିରେ ଲଗାଇବା ସହ ସମାଜରେ ରହୁଥିବା ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ସେମାନେ ଖୁଲମଖୁଲା ନିୟମ ଓ ନିର୍ଦ୍ଦେଶକୁ ଉଲ୍ଲଂଘନକରି ପୁଣି ବିନା ହେଲମେଟ୍‌ରେ ବୁଲୁଥିଲେ। ଆଗରେ ପୋଲିସ ଅଟକାଉଥିବା ଦେଖିଲେ ସାହି ଓ ଗଳିବାଟ ଦେଇ ଖସିଯିବା ସହ ଲୁଚି ଲୁଚି ଯାଇ ସିଗାରେଟ, ଗୁଟ୍‌ଖା ପାଇଁ ଡହଳବିକଳ ହେଉଥିଲେ।
ଯାଞ୍ଚ କରୁଥିବା ପୋଲିସ ବି ଅସୁରକ୍ଷିତ
ପୋଲିସ ରାଜଧାନୀର ବିଭିନ୍ନ ଛକକୁ ନାକାବନ୍ଦୀ କରି ଯାଞ୍ଚ କରୁଛି। ହେଲେ ଅଧିକାଂଶ ପୋଲିସ କୌଣସି ମାସ୍କ କିମ୍ବା ଅନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର କରୁ ନ ଥିବା ଦେଖାଯାଇଛି। ସୋମନେ ଖାଲି ହାତରେ ଲୋକଙ୍କ ଗାଡି ଚାବି ଧରିବା ସହ ପରିଚୟପତ୍ର ଯାଞ୍ଚ କରୁଥିଲେ। ଯଦି କୌଣସି ପରିଚୟପତ୍ର ବା ଗାଡ଼ି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବ ନିଶ୍ଚିତ ତାହା ପୋଲିସକୁ ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ନେଇ ମଧ୍ୟ ପୋଲିସ କମିଶନର ଯାଞ୍ଚ କରୁଥିବା ଅଧିକାରୀମାନଙ୍କୁ ତାଗିଦ କରିଥିଲେ। କୌଣସି କାଗଜପତ୍ର, ଗାଡିକୁ ନ ଛୁଇଁବା ପାଇଁ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରିକେଟ ଖେଳ ବନ୍ଦ କଲେ ପୋଲିସ କମିଶନର
ଏଭଳି ଜୀବନମରଣ ସମୟରେ କେତେଜଣ ଯୁବକ କ୍ରିକେଟ ଖେଳୁଛନ୍ତି। ପୋଲିସ କମିଶନର ସହରର ସ୍ଥିତି ଅନୁଧ୍ୟାନ କରିବା ସମୟରେ ଏଭଳି ଦୃଶ୍ୟ ନଜରକୁ ଆସିଥିଲା। ତେଣୁ ସେ ଖେଳୁଥିବା ପିଲାଙ୍କୁ ତାଗିଦ କରିବା ସହ ଖେଳ ବନ୍ଦ କରିଥିଲେ। ଯଦି କୌଣସି ପିଲା ଏକାଠି ହୋଇ ଅନ୍ୟ କୌଣସି ଖେଳ ଖେଳନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri