ଲକ୍‌ଡାଉନ୍‌ ସଙ୍କଟରୁ ବ୍ୟାପକ ଜଙ୍ଗଲ କ୍ଷୟ

ନୂଆଦିଲ୍ଲୀ,୨୭ା୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ ଦ୍ୱାରା ପରିବେଶ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥିବା ଖବର ମିଳୁଛି। କୁହାଯାଉଛି ଯେ, ଲକ୍‌ଡାଉନ ଯୋଗୁ ଲୋକେ ଘରେ ରହୁଥିବାରୁ ତାହାର ପ୍ରଭାବରେ ପରିବେଶ ସୁଦୃଢ଼ ହୋଇଛି। ଲୋକଙ୍କ ବହୁ କାର୍ଯ୍ୟକଳାପ ବନ୍ଦ ହେବା ଯୋଗୁ ପ୍ରକୃତିକୁ ବିରାମ ମିଳିଥିବା ଅନେକେ ଭାବୁଛନ୍ତି। କିନ୍ତୁ ବାସ୍ତବରେ ତାହା ନୁହେଁ ବୋଲି ଏକ ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି। ଲକ୍‌ଡାଉନ ଜଗତ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥିବା ନେଇ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁଜ୍‌ ଏଜେନ୍ସି ଥମ୍‌ସନ ରଏଟର୍ସ ସହ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ, ଲକ୍‌ଡାଉନ ବିଶ୍ୱର ଜଙ୍ଗଲ ପ୍ରତି ବିପଦ ବଢ଼ାଇଦେଇଛି।
ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ କୋଟି କୋଟି ଗରିବ ନିଯୁକ୍ତି ହରାଇ ବେକାର ହୋଇଯାଇଛନ୍ତି। ଖାଦ୍ୟ ନ ପାଇବା ଯୋଗୁ ସେମାନେ ସହର ଛାଡ଼ି ଗ୍ରାମାଞ୍ଚଳର ନିଜ ଘରକୁ ଫେରିଛନ୍ତି। ଫଳରେ ଜୀବିକା, ଆଶ୍ରୟ, ଖାଦ୍ୟ ପାଇଁ ଏବେ ସେମାନେ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ଜାଳେଣି ପାଇଁ ଗଛ କାଟିବାରେ ଲାଗିଛନ୍ତି। ସମଗ୍ର ବିଶ୍ୱରେ ୧୦୦ କୋଟି ଲୋକ ବନ୍ୟ ଖାଦ୍ୟ ଉପରେ ଏବଂ ୨୪୦ କୋଟି ଲୋକ ରୋଷେଇ ପାଇଁ କାଠ ଉପରେ ନିର୍ଭର କରୁଛନ୍ତି। କେବଳ ଏତିକି ନୁହେଁ, ସାରା ଦୁନିଆରେ ଅତ୍ୟଧିକ ଦାରିଦ୍ର୍ୟ ଭିତରେ ଜୀବନ ବିତାଉଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ଜୀବିକା ଜଙ୍ଗଲ ଉପରେ ନିର୍ଭରଶୀଳ।
ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ବନ ବିଭାଗ ନିର୍ଦ୍ଦେଶକ ମେଟ୍ଟେ ୱିଲ୍କିି କହିଛନ୍ତି ଯେ, ଖାଦ୍ୟ ଏବଂ ଜାଳେଣି ପାଇଁ ଗଛ କଟାଯାଇଥାଏ। ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ରୋଷେଇ ପାଇଁ କାଠ ଉପରେ ନିର୍ଭର କରନ୍ତି। କିନ୍ତୁ ଏହି ସଂଖ୍ୟା ଲକ୍‌ଡାଉନ୍‌ ସମୟରେ ଆହୁରି ବୃଦ୍ଧି ପାଇପାରେ। ଏଫ୍‌ଏଓ ଏହାର ‘ଷ୍ଟେଟ୍‌ ଅଫ୍‌ ଦ ୱାଲର୍‌ଡସ୍‌ ଫରେଷ୍ଟ ୨୦୨୦’ ରିପୋର୍ଟରେ ବୃଦ୍ଧି ପାଉଥିବା ସଂକ୍ରାମକ ରୋଗ କରୋନା ସହ ଜଙ୍ଗଲ ନଷ୍ଟ ହେବା ବିଷୟ ଯୋଡ଼ିଛି। ରିପୋର୍ଟ ଅନୁଯାୟୀ, ୧୯୯୦ପରଠାରୁ ୪୨ କୋଟି ହେକ୍ଟର ଜମି ନଷ୍ଟ ହୋଇଯାଇଛି, ଯାହା ଦକ୍ଷିଣ ଆଫ୍ରିକାର ମୋଟ ଆକାରର ପ୍ରାୟ ୩ ଗୁଣ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଲକ୍‌ଡାଉନରେ ପ୍ରକୃତି ନିଜେ ବିଶ୍ରାମ ନେଉଛି ଏବଂ ନିଜକୁ ନିଜେ ଠିକ୍‌ କରିବାରେ ଲାଗିଛି ବୋଲି ଅପପ୍ରଚାର କରାଯାଉଛି। କିନ୍ତୁ ସତ୍ୟତା ଭିନ୍ନ। ଅନ୍ୟ ଏକ ରିପୋର୍ଟରେ ଡବ୍ଲ୍ୟୁଇଏଫ୍‌ କହିଛି ଯେ, କ୍ରାନ୍ତିବଳୟରେ ଥିବା ବହୁ ଗ୍ରାମାଞ୍ଚଳରେ ଜଙ୍ଗଲ ଧ୍ୱଂସ, ଜମି ଦଖଲ, ବେଆଇନ ଖଣି ଖନନ ଏବଂ ବନ୍ୟଜନ୍ତୁ ଶିକାର କରାଯାଉଛି। ପ୍ରକୃତି ଏବଂ ସମ୍ବଳ ଉପରେ ଅତ୍ୟଧିକ ଚାପର ଚିତ୍ର ସହର ବାହାର ଗ୍ରାମୀଣ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି ଡବ୍ଲ୍ୟୁଇଏଫ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri