ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୩।୩: ଲକ୍‌ଡାଉନ୍‌, କ୍ୱାରାଣ୍ଟାଇନ୍‌, ଆଇସୋଲେଶନ। ଏବେ ଏହି ୩ ଶବ୍ଦ ସବୁଠି ଶୁଣିବାକୁ ମିଳୁଛି। ଆଉ ଏହାକୁ ପାଳନ କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ଏହି ୩ ଶବ୍ଦ ହିଁ ଆମକୁ କରୋନାଠାରୁ ଦୂରେଇ ରଖିବ ବୋଲି କୁହାଯାଉଛି। କାରଣ କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ପାଖରେ ହାର ମାନିବାକୁ ଯାଉଛି। ଭାରତରେ ଏହାର କଡା ମୁକାବିଲା କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଯେଉଁ ଅଞ୍ଚଳରେ ଏହାକୁ ଲୋକେ ପାଳନ ନ କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତିି।

Share