ଲକ୍‌ଡାଉନ୍‌ ଟାଇମ୍‌ପାସ୍‌: ଅନ୍‌ଲାଇନ୍‌ ଗେମିଂର ଡିମାଣ୍ଡ ବଢ଼ିଲା

ସସ୍ମିତା ପାଇକରାୟ
ଭୁବନେଶ୍ୱର, ୨୨ା୪ (ବ୍ୟୁରୋ): କରୋନା ବଦଳାଇ ଦେଇଛି ଲୋକଙ୍କ ଜୀବନଶୈଳୀ। ଲକ୍‌ଡାଉନ୍‌ ଯୋଗୁ ଲୋକେ ଦିନରାତି ଘରେ ରହୁଥିବାବେଳେ ଟାଇମ୍‌ପାସ୍‌ ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି। କିଏ ପିଲାଛୁଆ ଓ ପରିବାର ସହ ବିଭିନ୍ନ ଇନ୍‌ଡୋର ଆକ୍ଟିଭିଟିଜ୍‌ରେ ସାମିଲ୍‌ ହେଉଛନ୍ତି ତ ଆଉ କିଏ ବାରିବଗିଚା, ରୋଷେଇ ଆଦିରେ କିଛି ସମୟ ଅତିବାହିତ କରୁଛନ୍ତି। ସେହିଭଳି ଟିଭି, ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସହ ମଧ୍ୟ ଯୋଡିହୋଇ ରହୁଛନ୍ତି। ତେବେ ଡିଜିଟାଲ ଦୁନିଆ ଓଡ଼ିଶାର ଯୁବପିଢ଼ିଙ୍କ ଫେଭରାଇଟ୍‌ ଟାଇମ୍‌ପାସ୍‌ ମାଧ୍ୟମ ହୋଇଥିବାବେଳେ ଅନ୍‌ଲାଇନ୍‌ ଗେମିଂର ଡିମାଣ୍ଡ୍‌ ଢେର୍‌ ବଢ଼ିଯାଇଛି। ଏପରିକି ଲୋକପ୍ରିୟତା କ୍ଷେତ୍ରରେ ଏହା ନେଟ୍‌ଫ୍ଲିକ୍ସ, ଟେଲିଭିଜନ ଶୋ’ ଓ ଟିକ୍‌ଟକ୍‌ଠାରୁ ବି ବଳିଯାଇଛି। ତେବେ ଅନ୍‌ଲାଇନ୍‌ ମଲ୍ଟିପ୍ଲେୟାର ଗେମ୍‌ ସାଙ୍ଗସାଥିଙ୍କ ସହ ଯୋଡ଼ିହେବାର ସୁଯୋଗ ଆଣିଦେଉଥିବାରୁ ଏଥିପ୍ରତି ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆକର୍ଷିତ ହୋଇପଡୁଛନ୍ତି। କହିବାକୁ ଗଲେ, କରୋନା ମହାମାରୀ ଗେମିଂ ଇଣ୍ଡଷ୍ଟ୍ରିରେ ଏକ ବିରାଟ ପରିବର୍ତ୍ତନ ଆଣିଛି। ‘ଆପ୍ସ ଫ୍ଲାୟର’ର ରିପୋର୍ଟ ମୁତାବକ, ଗତ କିଛି ସପ୍ତାହରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ଗୁଡ଼ିକର ଲାଭାଂଶରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ଲୁଡୋ କିଙ୍ଗ୍‌, କ୍ୟାଣ୍ଡି କ୍ରସ୍‌, ବଲ୍‌ ପୁଲ୍‌ ଭଳି କାଜୁଆଲ୍‌ ଗେମ୍‌ଗୁଡ଼ିକର ଲୋକପ୍ରିୟତା ଲକ୍‌ଡାଉନ୍‌ ପରେ ଦ୍ୱିଗୁଣିତ ହୋଇଛି।

ମଲ୍ଟି-ପ୍ଲେୟାର ଗେମ୍‌
ମଲ୍ଟି-ଗେମ୍‌ ପ୍ଲାଟ୍‌ଫର୍ମ ‘ମୋବାଇଲ୍‌ ପ୍ରିମିୟର୍‌ ଲିଗ୍‌’ରେ ଗତ ଏକମାସ ମଧ୍ୟରେ ବ୍ୟବହାରକାରୀଙ୍କ ସଂଖ୍ୟାରେ ୫୫% ଅଭିବୃଦ୍ଧି ଘଟିଛି। ୱାର୍ଲଡ କ୍ରିକେଟ୍‌ ଚାମ୍ପିୟନଶିପ୍‌(ଡବ୍ଲ୍ୟୁସିସି), ପୁଲ୍‌, ଫ୍ରୁଟ୍‌ ଚପ୍‌ ଭଳି ଗେମ୍‌ ଏହି ପ୍ଲାଟ୍‌ଫର୍ମରେ ଅଧିକ ଖେଳାଯାଇଥିବା ଦେଖିବାକୁ ମିଳିଛି। କେବଳ ଏହି ଗେମ୍‌ ନୁହେଁ, ରମି କାର୍ଡ ଗେମ୍‌ ଭଳି ସ୍କିଲ୍‌-ବେସ୍‌ଡ ଗେମ୍‌ଗୁଡ଼ିକରେ ନୂଆ ବ୍ୟବହାରକାରୀଙ୍କ ସଂଖ୍ୟା ୫୦% ବୃଦ୍ଧି ପାଇଛି। ଆଗରୁ ଓଡ଼ିଶାରେ ସିଙ୍ଗଲ୍‌ ପ୍ଲେୟାର ଗେମିଂର ଡିମାଣ୍ଡ୍‌ ଅଧିକ ଥିବାବେଳେ ଏବେ କିନ୍ତୁ ମଲ୍ଟି ପ୍ଲେୟାର ଗେମିଂ ଏହାର ସ୍ଥାନ ନେଇଛି। ଲୋକେ ଏଠାରେ କେବଳ ମନୋରଞ୍ଜନ ପାଇଁ ଖେଳୁନାହାନ୍ତି, ବରଂ ରିଓ୍ବାର୍ଡ ବା ପୁରସ୍କାର ମଧ୍ୟ ପାଉଛନ୍ତି। ଆଡ୍ଡା ୫୨ ରମି ଭଳି କେତେକ ଗେମ୍‌ ବ୍ୟବହାରକାରୀଙ୍କୁ ଟାଇମ୍‌ପାସ୍‌ କରାଇବାସହ ଆକର୍ଷଣୀୟ ରିୱାର୍ଡ ଦେଉଛି। ଲକ୍‌ଡାଉନ୍‌ ଏପରି ଜାରି ରହିଲେ ଲୋକେ ସିଙ୍ଗିଲ୍‌ ପ୍ଲେୟାର ପରିବର୍ତ୍ତେ ମଲ୍ଟି-ପ୍ଲେୟାର ଗେମ୍‌ ସହ ସମ୍ପୂର୍ଣ୍ଣ ଜଡ଼ିତ ହୋଇଯିବେ ବୋଲି ଗେମର୍‌ ତଥା ଗେମିଂ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଲୋକପ୍ରିୟ ହେଉଛି ‘ଇ-ସ୍ପୋର୍ଟସ’
ଅଲିମ୍ପିକ୍ସ, ଆଇପିଏଲ୍‌ ଓ ୟୁରୋ କପ୍‌ ବଳି ବଡ଼ ବଡ଼ କ୍ରୀଡା ଇଭେଣ୍ଟ କରୋନା ପାଇଁ ବନ୍ଦ ରହିଛି। ଏପରିସ୍ଥଳେ ‘ଇ-ସ୍ପୋର୍ଟସ’ ଭଳି ନୂଆ କନ୍‌ସେପ୍ଟ ସାମ୍ନାକୁ ଆସିଛି। ଫର୍ଟନାଇଟ୍‌, ଲିଗ୍‌ ଅଫ୍‌ ଲିଜେଣ୍ଡ୍‌ସ, କାଉଣ୍ଟର ଷ୍ଟ୍ରାଇକ୍‌, କଲ୍‌ ଅଫ୍‌ ଡ୍ୟୁଟି, ଓଭର୍‌ ୱାଚ୍‌ ଏବଂ ମ୍ୟାଡେନ୍‌ ଏନ୍‌ଏଫ୍‌ଏଲ୍‌ ଭଳି ଇ-ସ୍ପୋର୍ଟସର ବହୁଳ ଲୋକପ୍ରିୟତା ଦେଖିବାକୁ ମିଳିଛି। ଟ୍ବିଚ୍‌ ଏବଂ ୟୁଟ୍ୟୁବ୍‌ ଭଳି ପ୍ଲାଟ୍‌ଫର୍ମରେ ଲାଇଭ୍‌ ଷ୍ଟ୍ରିମ୍‌ ହେଉଥିବା ଏହି ଗେମ୍‌କୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ଲାଇଭ୍‌ ସ୍ପୋର୍ଟସ ଇଭେଣ୍ଟ ବନ୍ଦ ଥିବା ଯୋଗୁ ଇ-ସ୍ପୋର୍ଟସର ଦର୍ଶକ ସଂଖ୍ୟା ବଢିବା ସହ ସ୍ପନ୍‌ସର୍‌ଶିପ୍‌ ଇନ୍‌ଭେଷ୍ଟ ମଧ୍ୟ ବୃଦ୍ଧିପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri