ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା ଲକଡାଉନ କଟକଣାକୁ ବ୍ଲକ ଅଞ୍ଚଳରେ କଡାକଡ଼ି କରାଯାଇଛି। କଟକଣା ସତ୍ତ୍ୱେ ଭଣ୍ଡାରିପୋଖରୀ ବଜାରରେ କେତକ ଦୋକାନୀ ଏହାକୁ ଅବମାନନା କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ମଙ୍ଗଳବାର ଭଣ୍ଡାରିପୋଖରୀ ପୋଲିସ ୯ ଜଣ ଦୋକାନୀଙ୍କୁ ଗିରଫ କରି ଏକ ମାମଲା (ନଂ ୮୦/୨୦) ରୁଜୁ କରିଛି।