ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୩୦।୩: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରଯାଇଛି। ତେବେ ଏହି ଲକ୍‌ଡାଉନ୍‌ର ଅବଧି ଆଗକୁ ବୃଦ୍ଧି ପାଇବ ବୋଲି ଯେଉଁ ଗୁଜବ ସୃଷ୍ଟି ହୋଇଛି ତା’କୁ ନେଇ ସରକାର ସୋମବାର ପ୍ରତିକ୍ରୟା ରଖିଛନ୍ତି। ଏହି ଗୁଜବକୁ ଖଣ୍ଡନ କରିବା ସହ ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିବାକୁ ଏପର୍ଯ୍ୟନ୍ତ କୌଣସି ଯୋଜନା କରାଯାଇନାହିଁ ବୋଲି ନିଜ ସଫେଇରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା। ଏହି ଖବର ଶୁଣି ସରକାର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବୋଲି ରାଜୀବ କହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହା ଏପ୍ରିଲ ୧୪ରେ ଶେଷ ହେଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର କ୍ୟାବିନେଟ ସଚିବ ରାଜୀବ ଗାବାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେରାନାକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ରାଜୀବ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଲାଗୁ କରିବା ପାଇଁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Share