ଲକ୍‌ଡାଉନ୍‌ର ରାତି ସ୍ବପ୍ନ ନୁହେଁ, ଭୋକ ଦେଇଛି

କଟକ ଅଫିସ,୩୧।୫: ଭଦ୍ରକର ବାସିନ୍ଦା ହେଲେ ଗୌରହରି। ପିଲାଟି ବେଳୁ ପୋଲିଓ ଆକ୍ରାନ୍ତ ହୋଇ ତାଙ୍କର ଡାହାଣ ଗୋଡ଼ କାମ କରୁନି। ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା କେବେ ପରିବାର ଉପରେ ବୋଝ ହୋଇ ନ ଥିଲେ। ଏକ ହୋଟେଲରେ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ। ସେ ପ୍ରେମ ମଧ୍ୟ କରିଥିଲେ। ନିଜ ଗାଁଠାରୁ ୪ କିମି ଦୂରରେ ରହୁଥିବା ବାସନ୍ତୀ ବେହେରାଙ୍କୁ ସେ ପ୍ରେମ ବିବାହ କରିଥିଲେ। କଟକ, ଭୁବନେଶ୍ୱର ଆସି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଗୌରହରି ୧୨ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫୁଲନଖରା ନିକଟରେ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କ ସକ୍ଷମ ଗୋଡ଼ଟି ମଧ୍ୟ ପଙ୍ଗୁ ହୋଇଯାଇଥିଲା। ସେବେଠାରୁ କିଲା ପଡ଼ିଆ ନିକଟରେ ଅସ୍ଥାୟୀ ଭାବେ ସେ ପଡ଼ି ରହିଛନ୍ତି।

ଗୌରହରିଙ୍କୁ ମିଳିଛି ଭିନ୍ନକ୍ଷମ ପ୍ରମାଣପତ୍ର। ସେ ୭୦ ପ୍ରତିଶତ ଭିନ୍ନକ୍ଷମ ବୋଲି ସେଥିରେ ଉଲ୍ଲେଖ ରହିଛି। କିନ୍ତୁ ଏବେ ସୁଦ୍ଧା ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ପରିବାର କହିଲେ ସ୍ତ୍ରୀ ବାସନ୍ତୀ ଆଉ ୨ ପୁଅ, ଗୋଟିଏ ଝିଅ। ବାସନ୍ତୀ ପର ଘରେ ମୂଲ ଲାଗନ୍ତି। ଝିଅ ମାମା ମଧ୍ୟ ବାସନ୍ତୀଙ୍କ ସହ କାମରେ ଯାଏ। ଦୁଇ ପୁଅ ଶିବ ଓ କାର୍ତ୍ତିକ ଭିକ୍ଷା ମାଗନ୍ତି ବୋଲି ଗୌରହରି କହିଛନ୍ତି। ଦୁଇଟି ଯାକ ଗୋଡ଼ ଅକ୍ଷମ ହୋଇଯିବା ପରଠାରୁ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ୧୨ବର୍ଷ ଧରି ଏଠାରେ ପଡ଼ିରହିଥିବା ବେଳେ ଲକ୍‌ଡାଉନ୍‌ ବେଳର ଅନୁଭୂତି ସମ୍ପର୍କରେ ଗୌରହରି କହିଛନ୍ତି, ବର୍ଷଯାକ ଏଠାରେ ରହୁଛୁ। ବାଲିଯାତ୍ରା ସମୟରେ ପୋଲିସ ଆମକୁ ହଟେଇ ଦିଏ। ନଦୀବନ୍ଧଠାରୁ ଦୂରରେ ଯାଇ ରହୁ। ଏବେ ଲକ୍‌ଡାଉନ୍‌ ଯୋଗୁ ପେଟ ପାଇଁ ନାନା ସମସ୍ୟା ହୋଇଛି। ସ୍ତ୍ରୀ ବାସନ୍ତୀଙ୍କ କାମ ବନ୍ଦ ହୋଇଯାଇଛି। ପୁଅ ଦୁଇ ଜଣ କିଛି ମାଗିକରି ଆଣି ପାରୁନାହାନ୍ତି। ପ୍ରଥମ ୭ରୁ ୮ ଦିନ ଭଲରେ ଖାଇବାକୁ ମିଳି ନ ଥିଲା। କେତେକ ପୋଲିସ କମର୍ର୍ଚାରୀ ଆଉ ସାମାଜିକ କର୍ମୀ ଖାଦ୍ୟ ପୁଡ଼ିଆ ଆଣି ଦେଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତତି ଗୌରହରି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri