ଲକ୍‌ଡାଉନ୍‌ର ମାସକ ପରେ ଏପରି ସ୍ଥିତି

ନୂଆଦିଲ୍ଲୀ,୨୫।୪: ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରେ ଭାରତରେ ଜାରି କରାଯାଇଥିଲା ଲକ୍‌ଡାଉନ୍‌। ସେତେବେଳେ ଦେଶରେ ମାତ୍ର ୫୦୦ ସଂକ୍ରମିତ ଥିବାବେଳେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ୧୦ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ବିଶ୍ୱର ସର୍ବବୃହତ୍‌ ଓ ସବୁଠୁ ବଡ଼ କଟକଣାକୁ ଶୁକ୍ରବାର ମାସେ ପୂରିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨୩,୫୦୨ରେ ପହଞ୍ଚତ୍ ୭୨୨ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ମାମଲାରେ ଏହି ବୃଦ୍ଧି ହାର ପାଶ୍ଚାତ୍ୟ ଦେଶଗୁଡ଼ିକ ତୁଳନାରେ ମନ୍ଥର। ତେବେ ଆଗକୁ ଲକ୍‌ଡାଉନ୍‌ ହଟାଗଲେ ଓ ଆନ୍ତଃ ରାଜ୍ୟ ଶ୍ରମିକ ଯାତାୟାତକୁ ଅନୁମତି ମିଳିଲେ ଦେଶବ୍ୟାପୀ ସଂକ୍ରମଣ ଓ ମୃତ୍ୟୁ ହାର କେଉଁ ସ୍ଥିତିରେ ପହଞ୍ଚତ୍ବ ତା’ର ଏକ ଚିତ୍ର ଅଙ୍କାଯାଇପାରେ।
କରୋନା ଭୂତାଣୁ ସଂକ୍ରମଣ ହାର ବିଭିନ୍ନ ରାଜ୍ୟରେ ସେଗୁଡ଼ିକର ସୂଚକକୁ ନେଇ ଭିନ୍ନ ଭିନ୍ନ ସ୍ତରରେ ରହିଛି। ସେହିପରି ଜନସଂଖ୍ୟା ଅନୁପାତରେ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ମଧ୍ୟ ଅନେକ ତାରତମ୍ୟ ରହିଛି। ମଧ୍ୟପ୍ରଦେଶ ଓ ତାମିଲନାଡୁ କଥା ବିଚାର କଲେ ଏହି ଦୁଇ ରାଜ୍ୟର ଜନସଂଖ୍ୟା ପ୍ରାୟ ସମାନ। ଦୁଇ ରାଜ୍ୟରେ କରେନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଊଣାଅଧିକେ ସମାନ। ହେଲେ ଗତ ୨୨ ତାରିଖ ସୁଦ୍ଧା ପ୍ରତି ୧୦ ଲକ୍ଷରେ ମଧ୍ୟପ୍ରଦେଶରେ ୩୫୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ତାମିଲନାଡ଼ୁରେ ଏହି ସଂଖ୍ୟା ୭୦୦ରୁ ଊର୍ଦ୍ଧ୍ୱ। ଅର୍ଥାତ୍‌ ମଧ୍ୟପ୍ରଦେଶରେ ତାମିଲନାଡ଼ୁ ତୁଳନାରେ ଦୁଇଗୁଣ ଲୋକଙ୍କ ପଜିଟିଭ୍‌ ବାହାରିଛି।
ଭାରତରେ କୋଭିଡ୍‌-୧୯ ମୁକାବିଲା ପାଇଁ ଅଗ୍ରଣୀ ଭୂମିକା ନେଇଥିବା ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇଏମ୍‌ସିଆର୍‌) ଅଧୀନ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମୋଲୋଜିରେ ବୈଜ୍ଞାନିକ ତରୁଣ ଭଟ୍ଟନାଗର କାର୍ଯ୍ୟରତ। ତରୁଣଙ୍କ ମତରେ ଉଚ୍ଚ ଟେଷ୍ଟିଂ ହାର ଏକ ରାଜ୍ୟର କଣ୍ଟାକ୍ଟ-ଟ୍ରେସିଂ ପ୍ରୋଗ୍ରାମର କାର୍ଯ୍ୟକାରିତାକୁ ସୂଚାଉଛି। ଲାବ୍‌ଗୁଡ଼ିକ କାର୍ଯ୍ୟ କରୁଛି ଓ ସର୍ଭିଲାନ୍ସ ପ୍ରୋଗ୍ରାମ୍‌ ମଧ୍ୟ ଠିକ୍‌ ଭାବେ ଚାଲୁଛି ବୋଲି ଏଥିରୁ ଜଣାପଡ଼େ। ସେହିପରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଜାତୀୟ ହାରଠାରୁ ବହୁ ଗୁଣ ଅଧିକ। ଏହି ଦୁଇ ରାଜ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯାଞ୍ଚ ଅଧିକ କରାଯାଉଥିଲେ ମଧ୍ୟ ସଂକ୍ରମଣ କମୁନାହିଁ। ଅନ୍ୟପକ୍ଷରେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। କରେନା ପଜିଟିଭ୍‌ମାନଙ୍କୁ ସଙ୍ଗରୋଧ କରାଯାଇ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯାଇଥିବାରୁ ଦକ୍ଷିଣ ଭାରତର ଏହି ରାଜ୍ୟରେ ସୁଫଳ ମିଳିଥିବା ତରୁଣ କହିଛନ୍ତି। ତେବେ କେରଳଠାରୁ ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ଫରକ କ’ଣ? ଭେଲୋରସ୍ଥିତ ଖ୍ରିଷ୍ଟିୟାନ ମେଡିକାଲ କଲେଜ ପ୍ରାଧ୍ୟାପକ ତଥା ଭାରତର ବିଶିଷ୍ଟ ଭାଇରୋଲୋଜିଷ୍ଟ ଟି. ଜାକୋବ୍‌ ଜନ୍‌ଙ୍କ ଯୁକ୍ତିକୁ ତରୁଣ ସମର୍ଥନ କରି କହିଛନ୍ତି, ଏକ ରାଜ୍ୟରେ ଜନସ୍ବାସ୍ଥ୍ୟ ସେବା କେତେ ପ୍ରଭାବଶାଳୀ ଢଙ୍ଗରେ ପ୍ରଦାନ କରାଯାଉଛି ତାହା ବଡ଼ କଥା। କେରଳରେ ଟେଷ୍ଟିଂ ଆଗୁଆ କରାଯାଇଥିବାବେଳେ ମହାରାଷ୍ଟ୍ର ଓ ଦିଲ୍ଲୀ ଏହି କ୍ଷେତ୍ରରେ ପଛରେ ପଡ଼ିଯାଇଥିଲେ। ପର୍ଯ୍ୟବେକ୍ଷକଙ୍କ ମତରେ ଗୁଜରାଟ ମଧ୍ୟ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ଷେତ୍ରରେ ଆଗରେ ରହିଛି। ଏହାର ଟେଷ୍ଟିଂ ରେଟ୍‌ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ତୁଳନାରେ ଉଚ୍ଚତର। ଏହାସତ୍ତ୍ୱେ ଗୁଜରାଟରେ ମାମଲାର ଡବ୍ଲିଙ୍ଗ୍‌ ରେଟ୍‌ ଅଧିକ ରହିଛି। ବିହାର, ଛତିଶଗଡ଼ ଓ ଓଡ଼ିଶା ଭଳି ରାଜ୍ୟରେ ଟେଷ୍ଟିଂ ମଧ୍ୟମ ଧରଣର ହୋଇଥିଲେ ବି କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବିଶେଷ ଅଧିକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri