ଲକ୍‌ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ ବଲିଉଡ୍‌ରେ ଶୁଟିଂ ମଧ୍ୟ ବନ୍ଦ ରହିଛି। ଫଳରେ ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ରହି ପରିବାର ସହ ସମୟ କାଟୁଛନ୍ତି। ହେଲେ ଏହି ସମୟରେ ଧର୍ମେନ୍ଦ୍ର ଏମିତି ଏକ ଭିଡିଓ ଟୁଇଟରରେ ଶେୟାର କରିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉକ୍ତ ଭିଡିଓରେ ତାଙ୍କ ଫାର୍ମ ହାଇସରେ ଫଳିଥିବା କଦଳୀ ଓ ସପେଟାକୁ ସେ ଦେଖାଇଛନ୍ତି। ଏହସହ ସେ ଖୁବ୍‌ ଖୁସିଥିବା ମଧ୍ୟର ନଜର ଆସିଛି। ସେ କହୁଛନ୍ତି ତାଙ୍କ ଫାର୍ମରେ କଳଦୀ, ସପେଟା, ନଡ଼ିଆ ଆଦି ଚାଷ କରାଯାଇଛି। ତେବେ ବଜାରରେ ସହଜରେ କଦଳୀ ମିଳିଯାଉଥିଲେ ବି ନିଜ ଫାର୍ମର କଦଳୀ ତୋଳିବାରେ ଅଲଗା ଖୁସି ଅଛି ବୋଲି ସେ ଦର୍ଶକଙ୍କୁ କହିଛନ୍ତି। ଏହି ୮୪ ବର୍ଷୀୟ ଅଭିନେତା ଗୋଟିଏ ଦିନ ପୂର୍ବରୁ ଟ୍ରକ୍ଟରରେ ନିଜ ଫାର୍ମ ହାଉସରେ ଚାଷ କରୁଥିବାର ଏକ ଭିଡିଓ ଶେୟାର କରିବା ସହ ଲକ୍‌ଡାଉନ ସମୟରେ କିପରି ନିଜକୁ ଫିଟ୍‌ ରଖିହେବ ତାହା କହିଥିଲେ।

Share