ଲକ୍‌ଡାଉନରେ ନିଶାଦ୍ରବ୍ୟ ବିକ୍ରି: ସିଲ୍‌ ହେଲା ଦୋକାନ

ମାଲକାନଗିର,୧ା୫(ଡି.ଏନ୍‌.ଏ):ଲକ୍‌ଡାଉନ ସମୟରେ ପାନ, ତମାଖୁ ଓ ମଦ ବିକ୍ରି ବନ୍ଦ ରହିଛି। ସେହିପରି ଗୁଟ୍‌ଖା ପ୍ରସ୍ତୁତି ଓ ବିକ୍ରିକୁ ସରକାର ପୂର୍ବରୁ ନିଷେଧ ଘୋଷଣା କରିଛନ୍ତି। ତଥାପି ନିୟମ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। କଟକଣା ବଳବତ୍ତର ରହିଥିଲେ ମଧ୍ୟ ଶୁକ୍ରବାର ମାଲକାନଗିରି ଜିଲା ସଦରସ୍ଥିତ ପ୍ରଧାନ ପାନ ମସଲା ଦୋକାନ ଖୋଲା ଥିବା ଖବର ପାଇ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଦୋକାନରେ ପାନ, ସିଗାରେଟ, ଗୁଟ୍‌ଖା, ବିଡ଼ି ଆଦି ନିଶା ଦ୍ରବ୍ୟ ବିକ୍ରି ହେଉଥିବା ଜଣାପଡ଼ିବା ପରେ ଦୋକାନକୁ ସିଲ୍‌ କରାଯାଇଛି। ଚଢ଼ାଉରେ ସହକରୀ ଜିଲାପାଳ ପ୍ରମୋଦ କୁମାର ବେହେରା, ପୋଲିସ ଓ ରାଜସ୍ବ ବିଭାଗ ଅଧିକାରୀ ସାମିଲ୍‌ ଥିଲେ।