ଲକ୍ଷ୍ୟଭ୍ରଷ୍ଟ ବିରୋଧୀ: ମନ୍ତ୍ରୀ, ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଧାନସଭାରେ ହଙ୍ଗାମା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ୧୬ଶ ବିଧାନସଭାରେ ବିରୋଧୀ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି। ଲୋକମାନଙ୍କ ସମସ୍ୟାକୁ ଉତ୍ଥାପନ କରିବା ବଦଳରେ ଉଭୟ ଭାଜପା ଓ କଂଗ୍ରେସ ପରସ୍ପର ଗୋହି ଖୋଳାଖୋଳି ହେଉଛନ୍ତି। ଚଳିତ ବିଧାନସଭାରେ ଭାଜପାକୁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ପଞ୍ଚଦଶ ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲା। ଉଭୟ ଦଳ ମିଳିମିଶି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଉଠାଉଥିଲେ। ମାତ୍ର ଚଳିତ ଅଧିବେଶନରେ ଦୁଇ ବିରୋଧୀ ଦଳ ଦୁଇଫାଳ ହୋଇଯାଇଛନ୍ତି। କାହା ସହ କାହାର ତାଳମେଳ ନାହିଁ। ବିଧାନସଭାରେ ବିରୋଧୀ ଦଳ ସତେଯେମିତି ଦିଗହରା ହୋଇଯାଇଛନ୍ତି। ଭାଜପା ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି। ଗୋଟିଏ ଦଳ ଅନ୍ୟ ଦଳକୁ ବିରୋଧ କଲା ଭଳି ପ୍ରତ୍ୟୟମାନ ହେଉଛି। ସରକାରଙ୍କୁ ଘେରିବା ପରିବର୍ତ୍ତେ ଉଭୟ ନିଜ ମଧ୍ୟରେ ଗଣ୍ଡଗୋଳରେ ମାତି ରହୁଛନ୍ତି। ଦୁଇ ଦଳଙ୍କ ଦିଶାହୀନ ପ୍ରତିବାଦ ଏବଂ ନାରାବାଜିରେ ବରବାଦ ହୋଇଯାଉଛି ଗୃହକାର୍ଯ୍ୟ। ଗତ ଦୁଇଦିନ ଧରି ଉଭୟ ଦଳର ଏତାଦୃଶ ଆଚରଣ ପାଇଁ ଶୂନ୍ୟକାଳ ନଷ୍ଟଭ୍ରଷ୍ଟ ହୋଇଯାଇଛି। ବୁଧବାର ମଧ୍ୟ ଅନୁରୂପ ଅବସ୍ଥା ଗୃହରେ ଦେଖିବାକୁ ମିଳିଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଗୃହରେ ଶେଷ ହେବା ପରେ ଉଭୟ ଦଳ ଚାଷୀ ପ୍ରସଙ୍ଗ ଓ ମନ୍ତ୍ରୀ ଏବଂ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ସରକାରଙ୍କୁ ଘେରିଥିଲେ। ନିଜ ନିଜ ପ୍ରସଙ୍ଗକୁ ଆଗକୁ ନେବା ଲାଗି ଉଭୟ ଭାଜପା ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ହୋଇଥିଲା। ଉଭୟ ଦଳ ଗୃହର ମଧ୍ୟଭାଗରେ ହୋ-ହଲ୍ଲା କରିଥିଲେ। ଫଳରେ ଶୂନ୍ୟକାଳରେ କୌଣସି ଆଲୋଚନା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri