‘ଲକ୍ଷ୍ମୀ ବମ୍‌’ର ନୂଆ ପୋଷ୍ଟର ରିଲିଜ୍‌: ଶାଢ଼ି ପିନ୍ଧି ଭିନ୍ନ ଲୁକ୍‌ରେ ଅକ୍ଷୟ

ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଏକ ନୂଆ ଏବଂ ଦମ୍‌ଦାର ପୋଷ୍ଟର ରିଲିଜ୍‌ ହୋଇଛି। ନିଜେ ଅକ୍ଷୟ ଏହି ପୋଷ୍ଟରଟିକୁ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ଟ୍ରାନ୍ସଜେଣ୍ଡର (ତୃତୀୟଲିଙ୍ଗୀ) ଚରିତ୍ରରେ ଅଭିନୟ କରୁଛନ୍ତି।
ରିଲିଜ୍‌ ହୋଇଥିବା ନୂଆ ପୋଷ୍ଟରରେ ଅକ୍ଷୟ ଗୋଲାପୀ ରଙ୍ଗର ଏକ ଶାଢ଼ି ପିନ୍ଧିଥିବା ବେଳେ ବେକରେ ତାବିଜ ଏବଂ ମଥାରେ ବଡ଼ ଟିକିଲି ଲଗାଇଛନ୍ତି। ଏଥିରେ ଅକ୍ଷୟଙ୍କ ଲୁକ୍‌ରେ ତିକ୍ତଭାବ ଦେଖିବାକୁ ମିଳୁଛି। ଫିଲ୍ମକୁ ନେଇ ସେ କୁହନ୍ତି, ଏପରି ଏକ ଚରିତ୍ରରେ ଅଭିନୟ କରୁଛି ଯାହାକୁ ନେଇ ମୁଁ ବହୁତ ଉତ୍ସାହିତଥିବା ବେଳେ ନର୍ଭସ ମଧ୍ୟ ଅଛି। ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏହି ଲୁକ୍‌କୁ ଖୁବ୍‌ ପ୍ରଶଂସା କରାଯାଉଛି। ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଏପରି ଚରିତ୍ରରେ ଦର୍ଶକଙ୍କ ସମ୍ମୁଖକୁ ଆସୁଛନ୍ତି।

Share