ଲକ୍ଷେ ଟଙ୍କାରେ କାର୍‌ କିଣିଥିଲେ ଅଭିଯୁକ୍ତ ଗୋପାଳ

ବ୍ରଜରାଜନଗର,୫।୨ (ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍‌ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଗୋପାଳ ବିମାନବନ୍ଦର ଥାନା ପାଇଖାନା ସେପ୍ଟିଟାଙ୍କିରେ ପକାଇଥିବା କାଗଜ ଖଣ୍ଡକୁ ଉଦ୍ଧାର କରାଯାଇ ଏଥିରେ ଲେଖାଥିବା ହସ୍ତାକ୍ଷର କାହାର ଜାଣିବା ପାଇଁ ଏହାକୁ ଫୋରେନସିକ ଲାବ୍‌କୁ ପଠାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ତଦନ୍ତ ବେଳେ ଗାନ୍ଧୀଛକ ଫାଣ୍ଡି ପରିସରରେ ଅଭିଯୁକ୍ତ ଗୋପାଳ ବ୍ୟବହାର କରୁଥିବା ଏକ କାର୍‌ ଥିବା ଜଣାପଡିଥିଲା। ଏହି କାର୍‌କୁ କ୍ରାଇମବ୍ରାଞ୍ଚ ଶୁକ୍ରବାର ଯାଞ୍ଚ କରିବା ପରେ ଏଥିରୁ ଏକ ଡାଏରି ଓ କେତେକ କାଗଜପତ୍ର ମିଳିଥିଲା। ଏହି ଡାଏରିରେ କ’ଣ ଲେଖା ରହିଛି ତାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଓଆର୍‌୧୫ଏନ୍‌-୪୨୬୩ନଂ. ହୁଣ୍ଡାଇ ଭେର୍ନା କାର୍‌ ବ୍ରଜରାଜନଗରର ଅରୁଣ କୁମାର ମୁନ୍ଦ୍ରାଙ୍କ ନାମରେ ରହିିଛି। ଏହି କାର୍‌ଟି ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ ଅଧୀନରେ ୨୦୦୯ରେ ରେଜିଷ୍ଟ୍ରେଶନ ହୋଇଥିବା ଜଣାପଡିଛି। ଏହାର ଫିଟ୍‌ନେଶ ୨୦୨୪ ଜୁଲାଇ ୨୧ ପର୍ଯ୍ୟନ୍ତ ରହିଛି। ଏ ନେଇ କାର୍‌ ମାଲିକ ଅରୁଣ କହିଛନ୍ତି, ସେ ଏହାକୁ ବିକ୍ରି କରିବା ପାଇଁ କାର୍‌ ଶୋ’ରୁମ୍‌କୁ ନେଇଥିଲେ। ସେଠାରେ କାର୍‌ ମୂଲ୍ୟ ୮୦ହଜାର ଟଙ୍କା ହୋଇଥିଲା। ଏହା ଜାଣିବାପରେ ଏଏସ୍‌ଆଇ ଗୋପାଳ ଏହାକୁ ଗତ ନଭେମ୍ବର ମାସରେ ୧ଲକ୍ଷ ଟଙ୍କାରେ କିଣିଥିଲେ। କାର୍‌ ମାଲିକଙ୍କୁ ଗୋପାଳ ପ୍ରଥମେ ୫୦ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ଦେଲେ କାର୍‌ର ମାଲିକାନା ଗୋପାଳଙ୍କ ନାମରେ ହେବ ବୋଲି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ବୋଲି ଅରୁଣ କହିଛନ୍ତି। ଅରୁଣ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ତାଙ୍କର କୋଲ୍‌ ଟ୍ରାନ୍ସପୋର୍ଟିଂ, ପେଟ୍ରୋଲ ପମ୍ପ, ହିରୋ ବାଇକ୍‌ ଶୋ’ରୁମ୍‌ ଆଦି ବ୍ୟବସାୟ ରହିଛି। ଏଭଳି ଜଣେ ବ୍ୟବସାୟୀଙ୍କ ନିକଟରୁ ଏଏସ୍‌ଆଇ ଗୋପାଳ କାର୍‌ କିଣିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ବ୍ୟବସାୟୀଙ୍କ ସହିତ ଏଏସ୍‌ଆଇ ଗୋପାଳଙ୍କ କ’ଣ ଲିଙ୍କ୍‌ ରହିଛି ତାହାକୁ ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି। କ୍ରାଇମବ୍ରାଞ୍ଚ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ପ୍ରକୃତ ରହସ୍ୟ ଖୋଲିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri