Posted inବୌଦ୍ଧ

ତାମିଲନାଡୁରେ ଫସି ରହିଛନ୍ତି ୩୦ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-ଲକ୍‌ଡାଉନ ଯୋଗୁ ବୌଦ୍ଧ ଜିଲାର ୩୦ ଜଣ ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ଜୀବନ ପ୍ରତି ବିପଦ ରହିଥିବା ସେମାନେ ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ନିଜ ଘରକୁ ଫେରିବାରେ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି।
ପ୍ରକାଶ ଯେ, ଏହି ଶ୍ରମିକମାନେ କାମ କରୁଥିବା ମିଲର ମାଲିକ ଯଥାଶୀଘ୍ର ଜାଗା ଛାଡିବାକୁ ସେମାନଙ୍କୁ ଶୁଣାଇ ସାରିଥିବା ବେଳେ ଗତ ୪ ଦିନ ହେବ ଭୋକ ଉପାସରେ ପଡି ରହିଛନ୍ତି ା ଘରକୁ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇନାହିଁ ା ଯଦି ତାମିଲନାଡୁରେ ସେମାନଙ୍କର କିଛି ହୁଏ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେମାନେ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି । ଏନେଇ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି ଶନିବାର ଏକ ପତ୍ର ଜରିଆରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ମୁଖ୍ୟ ଡାକଘରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି

ବୌଦ୍ଧ ,୧।୧୨ ( ଅଜିତ କୁମାର ବାରିକ) : ବୌଦ୍ଧସହର ମୁଖ୍ୟ ଡାକଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ...

ଭିଣୋଇଙ୍କ ଉପରେ ଏତେ ରାଗ, ଶଳାଙ୍କ ଆଖିବୁଜା ଗୁଳିମାଡ଼ରେ…

କଣ୍ଟାମାଳ,୨୦।୧୧( ଆଦିତେଶ୍ୱର ମିଶ୍ର)-  ବୌଦ୍ଧ ଜିଲା  ମନମୁଣ୍ଡା ଥାନା ତିଲପଙ୍ଗା ଗାଁରେ ଗୁରୁବାର ସାରେ ଅଭାବନୀୟ ଘଟଣା ଘଟିଛି। ଶଳାଙ୍କ ଗୁଳିମାଡ଼ରେ ଭିଣୋଇ ଗୁରୁତର ହୋଇଥିବା...

ମହାନଦୀ ସେତୁ ତଳକୁ ଡେଉଁଥିଲେ ଛାତ୍ରୀ, ହଠାତ୍‌…

ବୌଦ୍ଧ,୧୮।୧୧:(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କିଆକଟା ମହାନଦୀ ବ୍ରିଜରୁ ତଳକୁ ଜଣେ ଛାତ୍ରୀ ଡେଇଁବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଗ୍ନିଶମ ବାହିନୀ ତାଙ୍କୁ...

କନଷ୍ଟେବଲଙ୍କୁ ପଥରରେ ଛେଚି ହତ୍ୟା

ହରଭଙ୍ଗା,୧୫।୧୧(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଧୀନ ଯାଜପୁର ବାଲିସାହି ଗ୍ରାମରେ ଜଣେ କନଷ୍ଟେବଲଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା...

ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…

ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର।...

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ବଘିଆପଡ଼ା ୩୧।୧୦(ଶ୍ରୀକାନ୍ତ ସାହୁ): ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ବିଜାପଦର୍‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକମାନେ ଶୁକ୍ରବାର...

ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ନିଅନ୍ତୁ ଏମିତି ଲେଖି ପୋଷ୍ଟର ଜାରି କଲା ପୋଲିସ

କଣ୍ଟାମାଳ,୧୭ା୧୦(ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି...

ଘର ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: କୋର୍ଟରୁ ଆସିଲା ବଡ଼ ରାୟ

ବୌଦ୍ଧ,୧୬ା୧୦(ଅଜିତ କୁମାର ବାରିକ): ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଅଖିଲ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri