Posted inଖେଳ

ରୋହିତ୍‌ ଦୁବାଇସ୍ଥିତ କୋଚିଂ କ୍ରିକେଟ ଏକାଡେମୀ ବ୍ରାଣ୍ଡ ଆମ୍ବାସାଡର

ଦୁବାଇ,୧୬।୪(ପି.ଟି.): ଭାରତୀୟ ତାରକା ଓପନର ତଥା ସୀମିତ ଓଭର ଉପ- ଅଧିନାୟକ ଦୁବାଇ ପର୍ଯ୍ୟବସିତ ଏକ କୋଚିଂ ଏକାଡେମୀର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି କୋଚିଂ ଏକାଡେମୀର ନାମ ‘କ୍ରିକ୍‌କିଙ୍ଗ୍‌ଡମ୍‌’ ରହିଛି। ସାରା ବିଶ୍ୱରେ କୋଭିଡ୍‌-୧୯ର ଆତଙ୍କ ଜାରି ରହିଥିବା ବେଳେ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଏହି ଏକାଡେମୀରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଅନ୍‌ଲାଇନ୍‌ ଦ୍ୱାରା ଛାତ୍ର, କୋଚ୍‌ମାନଙ୍କୁ ଗୋଟିଏ ସୂତ୍ରରେ ଯୋଡି ହେବାର ସୁଯୋଗ ମିଳିଛି। ଅନ୍‌ ଲାଇନ୍‌ ଦ୍ୱାରା କୋଚ୍‌, ଗ୍ରାଉଣ୍ଡ/ ନେଟ୍ସ, ବିଭିନ୍ନ ଏକାଡେମୀର ଟିମ୍‌ ମ୍ୟାନେଜମେଣ୍ଟ ବୁକିଂ କରିବାର ସୁବିଧା ମଧ୍ୟ ରହିଛି। ନୂଆ କ୍ରିକେଟ ପ୍ରତିଭାଙ୍କୁ ଅଭିନବ ଉପାୟରେ ପ୍ରଶିକ୍ଷଣ ଦେବା ଏହି ଏକାଡେମୀର ଲକ୍ଷ ବୋଲି ରୋହିତ କହିଛନ୍ତି। ମୁମ୍ବାଇ ଦ୍ରୁତ ବୋଲର ଧବଲ କୁଲକର୍ଣ୍ଣୀ ଏହି ଏକାଡେମୀର ମେଣ୍ଟର ରହିଛନ୍ତି। ଏହି ଏକାଡେମୀ ସହିତ ୨୦ଜଣ କୋଚ୍‌ ଜଡିତ ହୋଇ ରହିଛନ୍ତି। ଏମାନେ ତୃଣମୂଳସ୍ତରରେ କାର୍ଯ୍ୟ କରୁଛନ୍ତି। ଏହି କୋଚ୍‌ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ପ୍ରଦୀପ ଇନଗାଲେ, ପରରାଗ ମାଡକାଇକର, ସୁବାସ ରାନ୍‌ଜାନେ ଓ ପ୍ରଥମେଶ ସାଲୁଙ୍ଖେ। ୪ଟି ବର୍ଗରେ ଏଠାରେ କୋଚିଂ ଦିଆଯାଉଛି। ୫ରୁ ୮, ୮ରୁ ୧୩, ୧୩ରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଓ ଏଲିଟ୍‌ ସ୍ତରର କ୍ରିକେଟରଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଉଛି। ରୋହିତଙ୍କ ମଧ୍ୟ ଏହି ଏକାଡେମୀର ନିର୍ଦ୍ଦେଶକ ହେବାକୁ ପ୍ରସ୍ତାବ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri