Posted inଖେଳ

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟେ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୪୫ରନ ଯୋଗ କରିବା ଦ୍ୱାରା ଇଂଲଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି। ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୩୦୩ ରନ କରିଛି। ଫଳରେ ଘରୋଇ ଦଳ ଏପର୍ଯ୍ୟନ୍ତ ମୋଟ ଉପରେ ୧୮୧ ରନ୍‌ର ଅଗ୍ରଣୀ ଲାଭ କରିସାରିଛି। ଷ୍ଟୁଆର୍ଟ ବ୍ରଡ୍‌ ୨୧ ଏବଂ ଓଲି ଷ୍ଟୋନ୍‌ ବିନା କୌଣସି ରନରେ ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସରେ ୧୧୨ରନ ପଛୁଆ ରହିଥିବା ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ୨୬ରନରେ ପ୍ରଥମ ଉଇକେଟ ହରାଇଥିଲା। ରୋରି ବର୍ନସ ମାତ୍ର ୬ ରନ କରି ବଏଡ୍‌ ରାନକିନଙ୍କ ବଲ୍‌ରେ ଉଇକେଟକିପର ଗ୍ୟାରି ଓ୍ବିଲସନଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ପରେ ଲିଚ୍‌ଙ୍କ ସହିତ ଜାସନ ରୟ ବ୍ୟାଟିଂରେ ଯୋଗ ଦେଇଥିଲେ। ଟିମ୍‌ ମୁର୍ଟାଗଙ୍କ ବଲ୍‌ରେ ମାର୍କ ଆଡେରଙ୍କ ଦ୍ୱାରା କ୍ୟାଚଆଉଟ ହେବା ପୂର୍ବରୁ ଲିଚ୍‌ ୧୬୨ ବଲ୍‌ର ସାମ୍ନା କରି ୧୬ ଚୌକା ସହ ୯୨ ରନ କରିଥିଲେ। ରୟ ୭୮ବଲ୍‌ରୁ ୭୨ରନ କରିଥିବାବେଳେ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ସେ ଷ୍ଟୁଆର୍ଟ ଥମ୍ପସନଙ୍କ ଦ୍ୱାରା କ୍ୟାଚ ଓ ବୋଲ୍ଡ ହୋଇଯାଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ସଫଳ ବୋଲର ମାର୍କ ଆଡେର ୩ଟି ଉଇକେଟ ଅକ୍ତିଆର କରିଥିବାବେଳେ ବଏଡ୍‌ ରାନକିନ୍‌ ଏବଂ ଷ୍ଟୁଆର୍ଟ ଥମ୍ପସନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି। ବୁଧବାର ପ୍ରଥମ ଦିବସ ଖେଳରେ ଇଂଲଣ୍ଡ ୮୫ରନରେ ଅଲଆଉଟ ହୋଯାଇଥିଲା। ଜବାବରେ ଆୟର୍ଲାଣ୍ଡ ସମସ୍ତ ଉଇକେଟ ହରାଇ ୨୦୭ରନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୮୫/ଅଲଆଉଟ
ଆୟର୍ଲାଣ୍ଡ ପ୍ରଥମ ଇନିଂସ: ୨୦୭/ଅଲଆଉଟ
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୦୩/୯ (ଜ୍ୟାକ୍‌ ଲିଚ୍‌-୯୨, ଜାସନ ରୟ-୭୨, ସାମ୍‌ କୁରାନ-୩୭, ଜୋ ରୁଟ୍‌-୩୧, ମାର୍କ ଆଡେର୍‌-୩/୬୬,ଷ୍ଟୁଆର୍ଟ ଥମ୍ପସନ-୨/୪୪, ବଏଡ୍‌ ରାନ୍‌କିନ୍‌-୨/୮୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri