Posted inଖେଳ

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟେ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୧୪୫ରନ ଯୋଗ କରିବା ଦ୍ୱାରା ଇଂଲଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି। ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୩୦୩ ରନ କରିଛି। ଫଳରେ ଘରୋଇ ଦଳ ଏପର୍ଯ୍ୟନ୍ତ ମୋଟ ଉପରେ ୧୮୧ ରନ୍‌ର ଅଗ୍ରଣୀ ଲାଭ କରିସାରିଛି। ଷ୍ଟୁଆର୍ଟ ବ୍ରଡ୍‌ ୨୧ ଏବଂ ଓଲି ଷ୍ଟୋନ୍‌ ବିନା କୌଣସି ରନରେ ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସରେ ୧୧୨ରନ ପଛୁଆ ରହିଥିବା ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସ ଖେଳିବାକୁ ଯାଇ ୨୬ରନରେ ପ୍ରଥମ ଉଇକେଟ ହରାଇଥିଲା। ରୋରି ବର୍ନସ ମାତ୍ର ୬ ରନ କରି ବଏଡ୍‌ ରାନକିନଙ୍କ ବଲ୍‌ରେ ଉଇକେଟକିପର ଗ୍ୟାରି ଓ୍ବିଲସନଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ପରେ ଲିଚ୍‌ଙ୍କ ସହିତ ଜାସନ ରୟ ବ୍ୟାଟିଂରେ ଯୋଗ ଦେଇଥିଲେ। ଟିମ୍‌ ମୁର୍ଟାଗଙ୍କ ବଲ୍‌ରେ ମାର୍କ ଆଡେରଙ୍କ ଦ୍ୱାରା କ୍ୟାଚଆଉଟ ହେବା ପୂର୍ବରୁ ଲିଚ୍‌ ୧୬୨ ବଲ୍‌ର ସାମ୍ନା କରି ୧୬ ଚୌକା ସହ ୯୨ ରନ କରିଥିଲେ। ରୟ ୭୮ବଲ୍‌ରୁ ୭୨ରନ କରିଥିବାବେଳେ ୧୦ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ସେ ଷ୍ଟୁଆର୍ଟ ଥମ୍ପସନଙ୍କ ଦ୍ୱାରା କ୍ୟାଚ ଓ ବୋଲ୍ଡ ହୋଇଯାଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ସଫଳ ବୋଲର ମାର୍କ ଆଡେର ୩ଟି ଉଇକେଟ ଅକ୍ତିଆର କରିଥିବାବେଳେ ବଏଡ୍‌ ରାନକିନ୍‌ ଏବଂ ଷ୍ଟୁଆର୍ଟ ଥମ୍ପସନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି। ବୁଧବାର ପ୍ରଥମ ଦିବସ ଖେଳରେ ଇଂଲଣ୍ଡ ୮୫ରନରେ ଅଲଆଉଟ ହୋଯାଇଥିଲା। ଜବାବରେ ଆୟର୍ଲାଣ୍ଡ ସମସ୍ତ ଉଇକେଟ ହରାଇ ୨୦୭ରନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୮୫/ଅଲଆଉଟ
ଆୟର୍ଲାଣ୍ଡ ପ୍ରଥମ ଇନିଂସ: ୨୦୭/ଅଲଆଉଟ
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୦୩/୯ (ଜ୍ୟାକ୍‌ ଲିଚ୍‌-୯୨, ଜାସନ ରୟ-୭୨, ସାମ୍‌ କୁରାନ-୩୭, ଜୋ ରୁଟ୍‌-୩୧, ମାର୍କ ଆଡେର୍‌-୩/୬୬,ଷ୍ଟୁଆର୍ଟ ଥମ୍ପସନ-୨/୪୪, ବଏଡ୍‌ ରାନ୍‌କିନ୍‌-୨/୮୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri