ରୋମରେ ଥିବା ୨୬୩ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଚାଇନାର ମୃତ୍ୟୁହାରକୁ ଟପି ଗଲାଣି ଇଟାଲିର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର। ଏବେ ଇଟାଲିରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ରୋମରେ ଥିବା ପ୍ରାୟ ୨୬୩ ଜଣ ଭାରତୀୟ ଛାତ୍ର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଫେରିଆସିଛନ୍ତି। ରବିବାର ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଚାଓ୍ବଲାରେ ଥିବା ଆଇଟିବିପି କ୍ୟାମ୍ପରେ କ୍ୱାରାଣ୍ଟାଇନରେ ରଖାଯିବ। ୧୪ ଦିନ ପରେ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ କି ନା ଜଣାପଡିବା ପରେ ସେମାନଙ୍କୁ ଘରକୁ ଛାଡିଦିଆଯିବ ବୋଲି ଜଣାପଡିଛି।

Share