Categories: ଜାତୀୟ

ରୋବୋ ମାଧ୍ୟମରେ ଆରମ୍ଭ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ

କୋଚି,୧୩।୩: କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆରମ୍ଭ କରାଯାଇଛି ଷ୍ଟାର୍ଟ ଅପ୍‌ ମିଶନ। କେରଳର କୋଚିରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୨ଟି ରୋବୋକୁ ବ୍ୟବହାର କରାଯାଇଛି। ଅସିମୁଭ ରୋବୋଟିକ୍ସର ପ୍ରତିଷ୍ଠାତା ତଥା ସିଇଓ ଜୟକ୍ରିଷ୍ଣନ ଟି କହିଛନ୍ତି ରୋବେ ଦେଖିଲେ ଲୋକେ ତା’ପ୍ରତି ଆକର୍ଷିତ ହେବେ ଓ ସେ ଦେଉଥିବା ବାର୍ତ୍ତାକୁ ଲୋକେ ଶୀଘ୍ର ଗ୍ରହଣ କରିବେ ବୋଲି ଆମେ ଆଶା ରଖିଛୁ। ତେଣୁ ଏହି ରୋବୋ ମାଧ୍ୟମରେ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି ରୋବୋ ମାଧ୍ୟମରେ ହ୍ୟାଣ୍ଡ ସାନିଟାଇଜର, ମାସ୍କ ଆଦି ବାଣ୍ଟିବା ସହ କରୋନା ଭାଇରସ ଭଳି ମହାମାରୀ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଉଛି।

Share