Categories: ଫୁରସତ

ରୋବୋ କରିବ ଗାର୍ଡେନିଂ

ଅତ୍ୟାଧୁନିକ ଜ୍ଞାନ କୌଶଳର ଅଗ୍ରଗତି ଫଳରେ ଆଜିକାଲି ସବୁ କାମ ଖୁବ୍‌ କମ୍‌ ସମୟରେ ଏବଂ ସହଜରେ କରାଯାଇପାରୁଛି। ଏଇ ଯେପରି ରେଷ୍ଟୁରାଣ୍ଟରେ ଆଜିକାଲି ଓ୍ବେଟରଙ୍କ କାର୍ଯ୍ୟ କରୁଛନ୍ତି ରୋବୋ। ସେହିଭଳି ନିକଟରେ ବ୍ରିଟିଶ ବୈଜ୍ଞାନିକମାନେ ଏଭଳି ଏକ ରୋବୋ ନିର୍ମାଣ କରିଛନ୍ତି, ଯିଏ କି ବଗିଚାରୁ ଫୁଲ ତୋଳିବାଠାରୁ ଆରମ୍ଭ କରି ଗଛକୁ ଟ୍ରିମ୍‌ କରିବା ସହ ଅନ୍ୟାନ୍ୟ ବଗିଚା କାମ କରିପାରୁଛି। ଏହାର ନାଁ ରଖାଯାଇଛି ‘ଟ୍ରିମ୍‌ବୋଟ୍‌’। ଏହି ରୋବୋରେ ମ୍ୟାପିଙ୍ଗ ଟେକ୍ନୋଲୋଜିର ଉପଯୋଗ କରାଯାଇଛି, ଯାହା କି ଆଖପାଖର ଦିଗ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଠିକ୍‌ ଦିଗରେ ଆଗକୁ ବଢିବା ପାଇଁ ଆଦେଶ ଦେଇଥାଏ। ଏଥିରେ ବିଭିନ୍ନ ପ୍ରକାରର ସେନ୍ସର, ୫ ଯୋଡା କ୍ୟାମେରା, ଫ୍ଲେକ୍ସିବଲ ହ୍ୟାଣ୍ଡ ଏବଂ କଟିଙ୍ଗ୍‌ ଟୁଲ୍‌ ସ୍ଥାପନ କରାଯାଇଛି, ଯାହା ସାହାଯ୍ୟରେ ରୋବୋ ଗଛରୁ ଫୁଲ ତୋଳିବା ସହ ଡାଳ ପତ୍ରକୁ ଅତି ସହଜରେ ଟ୍ରିମିଙ୍ଗ୍‌ କରିପାରୁଛି। ତେବେ ଏହି ରୋବୋ ଆଗାମୀ ଦିନରେ କୃଷି କ୍ଷେତ୍ରରେ କୃଷକମାନଙ୍କୁ ତଥା ଚଲାବୁଲାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ ଗାର୍ଡେନିଂ କରିବାରେ ବେଶ୍‌ ସହାୟକ ହେବ ବୋଲି ରୋବୋର ନିର୍ମାଣକର୍ତ୍ତା ଏଡିନବର୍ଗ ୟୁନିଭର୍ସିଟିର ଏକ ଟିମ୍‌ ମତ ପ୍ରକାଶ କରିଛନ୍ତି।

Share