ରୋଟାରି ଯାଜପୁର ରୋଡ୍‌ର ଅଧିଷ୍ଠାନ ଉତ୍ସବ

ଯାଜପୁର ରୋଡ,୧୦ା୯(ନି.ପ୍ର.)- ରୋଟାରି କ୍ଲବ, ଯାଜପୁର ରୋଡ୍‌ର ପ୍ରଥମ ଅଧିଷ୍ଠାନ ଉତ୍ସବ ଏବଂ ଚାର୍ଟାଡ ସାର୍ଟିଫିକେଟ ପ୍ରଦାନ ଉତ୍ସବ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଟାରି ଡିଷ୍ଟ୍ରିକ୍‌ ୩୨୬୨ର ଗଭର୍ନର ରୋଟାରିୟାନ ଦେବାଶିଷ୍‌ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆସିଷ୍ଟାଣ୍ଟ ଗଭର୍ନର ମାଙ୍ଗିଲାଲ୍‌ ବଲଦେୱା, ଭଦ୍ରକ ମିଡ୍‌ ଟାଉନ ସଭାପତି ଅତିସ୍‌ ବେହେରା, ଡିଷ୍ଟିକ୍‌ ଟ୍ରେନର ଜୟଶ୍ରୀ ମହାନ୍ତି, ପ୍ରଭୁଦତ୍ତତ ସୁବୁଦ୍ଧି ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଜେମ୍ସ କ୍ୟାମ୍ପରେ ଥିବା ରୋଟାରି ଭବନକୁ ଉଦ୍‌ଘାଟନ କରିଥିଲେ ା ଏହି ଅବସରରେ ରୋଟାରି କ୍ଳବ ଯାଜପୁର ରୋଡର ନୂତନ ଚାର୍ଟାଡ ସଭାପତି ଅଭୟ ପତିଙ୍କ ସମେତ ସମସ୍ତ ରୋଟାରିୟାନଙ୍କୁ ନୂତନ ଓ ମେମ୍ବର ସାର୍ଟିଫକେଟ୍‌ ପ୍ରଦାନ କରାଯାଇଛି। ସମ୍ପାଦକ ପ୍ରବୀର ବିଶ୍ୱାଳ, ଉପସଭାପତି ଅଭିନେତ୍ରୀ ନୈନା ଦାସ୍‌, ଚିତ୍ତରଞ୍ଜନ ବୋଇତେଇ, ଯୁଗ୍ମ ସମ୍ପାଦକ ବିଜୟ ରାଜ, ଆଶୁତୋଷ ମିଶ୍ର ଓ କୋଷାଧ୍ୟକ୍ଷ ଅଜୟ ସାହୁ, ବୀରେଶ୍ୱର ପତି, ବୋର୍ଡ ଡାଇରେକ୍ଟର ଭାବେ ଅସ୍ମିତା ପତି, ଉଦୟନାଥ ଖଣ୍ଡାଇ, ଅଭିଳାଶ ବୋଇତେଇ, ରାକେଶ ରାଉତ, ରବୀନ୍ଦ୍ର ଦାସ, କଳ୍ପତରୁ ସାହୁ, ରବି ନାରାୟଣ କର, ଏସ୍‌କେ ନେହାଲୁଦ୍ଧିନଙ୍କୁ ସଦସ୍ୟଭାବେ ମନୋନୀତ କରାଯାଇଛି। ଅଭିନେତ୍ରୀ ନୈନା ଦାସ୍‌, ଅଧ୍ୟାପିକା ପ୍ରଜ୍ଞାପ୍ରବତିକା ଦାସ୍‌, ଯାଜପୁର ରୋଡ ଡାକ୍ତରଖାନାର ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି, ଖବରଦାତା ଉଦୟନାଥ ଖଣ୍ଡାଇ, ଶରତ ପୋଥାଳ, ଯାଗପୁର ରୋଡ୍‌ ପ୍ରେସ୍‌ କ୍ଲବ ସଭାପତି ସୁଜିତ କୁମାର ମଲ୍ଲିକ ଏବଂ ପ୍ରକାଶ ରାଉତଙ୍କୁ ରୋଟାରିୟାନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବକୁ ଅଭିଳାସ ବୋଇତେଇ, ବୀରେଶ୍ୱର ପତି ଏବଂ ଅଭୟ ସାହୁ ପରିଚାଳନା କରିଥିଲେ। ବିମଲ ମିଶ୍ର, ରଞ୍ଜନ ନାୟକ, ଶ୍ରୀକାନ୍ତ ପାତ୍ର, ସରୋଜ ସାହୁ, ଅଶୋକ ପତି, ଆଲୋକ ମହାନ୍ତି, ସଞ୍ଜୟ ସରକାର ପ୍ରମୁଖ ଯୋଗ ଦେଇଥିଲେ। ନୀଳାଞ୍ଚଳ ଇସ୍ପାତ ନିଗମ ଏଜିଏମ୍‌ ବିଜୟ ରାମ୍‌, ମାନସ ରଞ୍ଜନ ଆଏଚ, ଦୀପକ ଦାସଙ୍କୁ ନୂତନ ସଭ୍ୟଭାବେ ଚୟନ କରାଯାଇଛି। ରୋଟାରୀ କ୍ଲବ ପକ୍ଷରୁ ଆଗାମୀ ଦିନରେ ପିଇବା ପାଣି, ମେଡିସିନ, ରୋଟାରି ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ।