Posted inଖେଳ

ରୋଜର୍ସ କପ୍‌: ସେମିରେ ହାରିଲେ ବୋପାନ୍ନା- ଶାପୋଭାଲୋଭ

ମଣ୍ଟ୍ରିଲ,୧୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ଭାରତର ରୋହନ ବୋପାନ୍ନା ଓ ତାଙ୍କ କାନାଡା ପାର୍ଟନର ଡେନିସ ଶାପୋଭାଲୋଭ ପୁରୁଷ ଡବଲ୍ସ ଇଭେଣ୍ଟରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଅଣସିଡ୍‌ ଏହି ଯୋଡି ୬-୭, ୬-୭ ସେଟ୍‌ରେ ଡଚ୍‌ ଯୋଡି ରବିନ ହାସ ଓ ଓ୍ବେସଲି କୁଲହୋଫଙ୍କୁ ଠାରୁ ସେମିରେ ପରାସ୍ତ ହୋଇଥିଲେ। ଏହି ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏବେ ଫାଇନାଲ ମୁକାବିଲାରେ ହାସ୍‌ ଓ କୁଲହୋଫ ପ୍ରତିପକ୍ଷ ସ୍ପେନ୍‌- ଆର୍ଜେଣ୍ଟିନା ଯୋଡି ମାର୍ସେଲ ଗ୍ରାନୋଲେର୍ସ ଓ ହୋରାସିଓ ଜେବାଲୋସଙ୍କୁ ଟାଇଟଲ ପାଇଁ ଭେଟିବେ।
ବୋପାନ୍ନା ଓ ଶାପୋଭାଲୋଭ ପୂର୍ବରୁ ଫ୍ରାନ୍ସର ବେନୋଇଟ୍‌ ପାଇରେ ଓ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କାଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲରେ ଓ୍ବାକ୍‌ଓଭର ପାଇଥିଲେ। ପାଇରେ ଓ ଓ୍ବାରିଙ୍କା ଏହି ମ୍ୟାଚ୍‌ରୁ ଓହରିଯାଇଥିଲେ। ସେହିପରି ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ବୋପାନ୍ନା- ଶାପୋଭାଲୋଭ ପ୍ରତିପକ୍ଷ କାଏଲ ଏଡମଣ୍ଡ ଓ ଟେଲର ଫ୍ରଜ୍‌ଙ୍କୁ ୬-୩, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ତେବେ ଏହା ପୂର୍ବରୁ ରାଉଣ୍ଡ ଅଫ୍‌ ୩୨ରେ ଏହି ଇଣ୍ଡୋ- କାନାଡା ଯୋଡି ଚତୁର୍ଥ ସିଡ୍‌ ଫ୍ରେଞ୍ଚ୍‌ ଯୋଡି ନିକୋଲା ମାହୁତ ଓ ଏଡୁଆର୍ଡୋ ରୋଜର- ଭାସେଲିନ୍‌ଙ୍କୁ ୪-୬, ୬-୧, ୧୦-୬ ସେଟରେ ପରାସ୍ତ ଅଗ୍ରଗତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri