ରୋଜଗାରର ମାଧ୍ୟମ ପାଲଟିବ ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର

କେନ୍ଦ୍ରାପଡା ଅଫିସ, ୨୭ା୮- କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସ୍କିମ ଅଫ ଫଣ୍ଡ ଫର ରିଜେନେରେସନ ଅଫ ଟ୍ରାଡିସନାଲ ଇଣ୍ଡଷ୍ଟ୍ରିଜ (ଏସ୍‌ଏଫ୍‌ୟୁଆରଟିଆଇ/ ସ୍ଫୁର୍ତ୍ତୀ) ମାଧ୍ୟମରେ ରାଜ୍ୟରେ ୧୫ଟି ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ଖୋଲିବାକୁ ଘୋଷଣା କରିଛନ୍ତି ା ଏଥିସହ ଗତ ଶନିବାର ଭିଡିଓ କନଫରେନସ ମାଧ୍ୟମରେ କୋଣାର୍କ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଏହାର ଶିଳାନ୍ୟାସ କରିଛନ୍ତି ା ଏହି ହସ୍ତଶିଳ୍ପ କ୍ଲଷ୍ଟର ଖୋଲିବା ପରେ କତା କାରିଗରଙ୍କ ପାଇଁ ନିଯୁକ୍ତି ସହ ଆର୍ଥିକ ସମୃଦ୍ଧି ଆଣିବ ବୋଲି ବିଭିନ୍ନ ମହିଳା ସ୍ବୟଂ ସହାୟକା ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲାରେ କୌଣସି କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ନାହଁି। ଏପରିସ୍ଥିତିରେ ଚାଷ ପରେ ଏହି ଅଣୁଶିଳ୍ପ ପରିବାର ସଦସ୍ୟଙ୍କ ପାଇଁ ଅର୍ଥ ରୋଜଗାରର ମାଧ୍ୟମ ପାଲଟିଛି ା ପ୍ରସ୍ତାବିତ କ୍ଲଷ୍ଟର ପାଇଁ ପ୍ରାଥମିକସ୍ତରରେ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରର୍ଯ୍ୟାୟକ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରତି କ୍ଲଷ୍ଟରକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ା ଫଳରେ କାରିଗରମାନେ ବୈଷୟିକ ତାଲିମ ସହ ମାର୍କେଟିଂ ପାଇଁ ପ୍ରେତ୍ସାହନ ପାଇପାରିବେ। ଏନେଇ ଜିଲାର ଆକୁଳିପଡା, ପିମ୍ପୁଡି, ଆଇତିପଡା, ପଲ୍ଲିସାହାଡା, ଶାସନ, ତରାଶ, ସିଆଳିଆ ଆଦି ଗ୍ରାମରେ ବସବାସ କରୁଥିବା ୫୦୦ରୁ ଊର୍ଦ୍ଧ୍ୱ କତା ହସ୍ତଶିଳ୍ପୀ କାରିଗର ଉତ୍ସାହିତ ହୋଇଯାଇଛନ୍ତି। ଉନ୍ନତ ବୈଷୟିକ କୌଶଳରେ ନିର୍ମିତ ହସ୍ତକଳା ଦେଶ ବିଦେଶରେ ଆଦୃତ ହେବା ସହ ରୋଜଗାରର ମାଧ୍ୟମ ପାଲଟିବ ବୋଲି ବାୟାବାବା ମହିଳା କତା ସମବାୟ ସମିତି ସମ୍ପାଦିକା ଶ୍ରୀମତୀ ନାୟକ କହିଛନ୍ତି ା ସେ କହିଛନ୍ତି, ନଡ଼ିଆ କତାରେ ନିର୍ମିତ ସାମଗ୍ରୀ ପରିବେଶ ଅନୁକୂଳ ା ଏହା ପ୍ଲାଷ୍ଟିକର ଚାହିଦା କମାଇବା ସହ ସମୟ କ୍ରମେ ନଷ୍ଟ ହେବାରେ ମଧ୍ୟ ଅସୁବିଧା ହୁଏ ନାହିଁ। ଏଥିଯୋଗୁ ଏହା ପୁନର୍ବାର ଲୋକଙ୍କ ଆଦୃତି ଲାଭ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ପୂର୍ବରୁ ସମବାୟ ସମିତିର ସଦସ୍ୟାମାନେ ମ୍ୟାଟ, କାରପେଟ, କାନ୍ଥ ଝୁଲା, ଟୋପି, ବାସ୍କେଟ, ହାତପଙ୍ଖା, ଫୁଲଦାନୀ ଆଦି ସୁନ୍ଦର ଭାବେ ପ୍ରସ୍ତୁତ କରୁଥିଲେ ମଧ୍ୟ ବିକ୍ରି ପାଇଁ ପ୍ରୋତ୍ସାହନ ମିଳୁ ନ ଥିଲା ା କ୍ଲଷ୍ଟର ମାଧ୍ୟମରେ ଦକ୍ଷତା ତାଲିମ ସହ ବିକ୍ରିକୁ ପ୍ରୋତ୍ସାହନ ମିଳୁଥିବାରୁ ସହଜରେ ଅର୍ଥଲାଭ ହୋଇ ପାରିବ ବୋଲି ସମ୍ପାଦିକା ନାୟକ ମତ ଦେଇଛନ୍ତି ା
ଏସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ସନ୍ତୋଷ କୁମାର ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଯୋଜନା ଜିଲା ଶିଳ୍ପ କେନ୍ଦ୍ର ଅଧୀନରେ ପରିଚାଳିତ ହେବ ା କେନ୍ଦ୍ରାପଡାରେ ଭିତରକନିକା ଜାତୀୟ ଉଦ୍ୟାନ ଥିବାରୁ ପ୍ରତିବର୍ଷ ଏଠାକୁ ଦେଶ ବିଦେଶର ବହୁ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ନିକଟରେ କତା ହସ୍ତକଳାକୁ ପହଞ୍ଚାଯାଇପାରିବ।
ଅନ୍‌ଲାଇନରେ କାଇଁଚ ସାମଗ୍ରୀ ବିକ୍ରି ହେବା ପରି କତା ହସ୍ତକଳା ସାମଗ୍ରୀକୁ ମଧ୍ୟ ବିକ୍ରି କରାଯାଇପାରିବ ା ଏହି ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ଜିଲାର ପାରିପଙ୍ଗରା ଓ ନନତାରର ୯୦ ଜଣ କାରିଗରଙ୍କୁ ଇତିମଧ୍ୟରେ କତା ସାମଗ୍ରୀ ନିର୍ମାଣ ପାଇଁ ଶିଳ୍ପ କେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏହାର ପ୍ରଚାର ପ୍ରସାର ହେବ ା କେନ୍ଦ୍ରାପଡ଼ା ଜିଲା ମହିଳା ସଶକ୍ତୀକରଣରେ ଏହି କ୍ଲଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ଆଶାବାଦୀ ବୋଲି ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ମିଶ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri