Categories: ଜାତୀୟ

ରୋଜଗାରର ବାଟ ଫିଟାଇବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେ: ପ୍ରଧାନମନ୍ତ୍ରୀ

ଚିତ୍ରକୂଟ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ହଜାର କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି। ଏହି ଏକ୍ସପ୍ରେସ୍‌ ଓ୍ବେ ଚିତ୍ରକୂଟ, ବାନ୍ଦା, ହରିମପୁର ଓ ଜିଲୌନ ଜିଲା ଦେଇ ଯିବ। ଏହା ବୁନ୍ଦେଲଖଣ୍ଡ ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେ ଏବଂ ଯମୁନା ଏକ୍ସପ୍ରେସ୍‌ ଓ୍ବେକୁ ସଂଯୋଗ କରିବ। ଏହାସହ ଏହା ବୁନ୍ଦେଲଖଣ୍ଡର ବିକାଶରେ ବେଶ୍‌ ସହାୟକ ହେବ। ଏହା ବୁନ୍ଦେଲଖଣ୍ଡକୁ ସଡ଼କ ମାର୍ଗରେ ରାଜଧାନୀ ଦିଲ୍ଲୀ ସହିତ ମଧ୍ୟ ସଂଯୋଗ କରିବ। ଏଥିପାଇଁ ୯୫.୪୬ ପ୍ରତିଶତ ଜମି କିଣା ସହ ଅଧିଗ୍ରହଣ ମଧ୍ୟ ସରିଛି। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲେ ପାଖାପାଖି ୬୦ ହଜାର ଲୋକଙ୍କୁ ରୋଜଗାର ସୁବିଧା ମିଳିପାରିବ ବୋଲି କୁହାଯାଉଛି।

Share