‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

ଫିଲ୍ମ ‘ରେସ୍‌ -୩’ଫ୍ଲପ ହେବା ପରେ ବି ବବି ଦେଓଲଙ୍କ ପାଖରେ ଅଫରର ଅଭାବ ନାହିଁ। ଶେଷଥର ବବି ପିତା ଧର୍ମେନ୍ଦ୍ର ଏବଂ ଭାଇ ସନ୍ନ ଦେଓଲଙ୍କ ସହିତ ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ ନଜର ଆସିଥିଲେ। ଏହି ଫିଲ୍ମ କିଛି କମାଲ ଦେଖାଇଲାନି। ଏହା ଭିତରେ ବବି ଦେଓଲଙ୍କୁ ଏକ ବଡ଼ ପ୍ରୋଜେକ୍ଟରେ କାମ ମିଳିଛି। ଶୁଟିଂ ସେଟ୍‌ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ବବି ଏକ ନାରଙ୍ଗୀ ରଙ୍ଗର ଜମ୍ପ୍‌ସୁଟ୍‌ ପିନ୍ଧିଛନ୍ତି। ଏହି ଫିଲ୍ମର ନାଁ କ’ଣ ରହିଛି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଡ୍ରେସ୍‌କୁ ଦେଖି ଲାଗୁଛି ଏହା ଫିଲ୍ମର କୌଣସି ସିନ୍‌। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ବବି ଶାହାରୁଖ୍‌ଙ୍କ ପ୍ରଡକ୍ସନ କମ୍ପାନୀ ‘ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ’ରେ ସାଇନ୍‌ କରିଛନ୍ତି। ଯଦିଓ ଏହା ସତ ହୋଇଥାଏ ତେବେ ଶାହାରୁଖ୍‌ଙ୍କ ସହ ବବିଙ୍କ ଏଇଟା ପ୍ରଥମ ଫିଲ୍ମ। କିନ୍ତୁ ଏହି ଦୁଇ ଷ୍ଟାରଙ୍କ ଭୂମିକା କ’ଣ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଏହି ଫିଲ୍ମର ପ୍ରଯୋଜନା କରିବେ ଶାହାରୁଖ। ୯୦ ଦଶକରେ ବବି ‘ବରସାତ୍‌’ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବବିଙ୍କ କିଛି ଫିଲ୍ମ ହିଟ୍‌ ହୋଇଥିବାବେଳେ ଆଉ କିଛି ଫ୍ଲପ ହୋଇଛି। ତାଙ୍କ ଏମିତି ଏକ ଖରାପ ସମୟ ଆସିଲା ସେ ୪ ବର୍ଷ ହାତ ବାନ୍ଧି ବସିଥିଲେ। କୌଣସି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳି ନ ଥିଲା। ଏହା ପରେ ‘ରେସ୍‌-୩’ ଜରିଆରେ ବବି କମ୍‌ବ୍ୟାକ୍‌ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ। ଏବେ ବବିଙ୍କର ଏହି ଫଟୋ ଭାଇରାଲ ହେବା ଦେଖି ଦର୍ଶକ ଚାତକ ପରି ଚାହିଁଛନ୍ତି କେଉଁ ଫିଲ୍ମରେ ବବିଙ୍କର ଏମିତି ଲୁକ୍‌।

Share