ପ୍ରାୟତଃ ଲୋକମାନେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲକୁ ଗଲେ ଭଲ ସେବା ପାଇଁ ୱେଟରଙ୍କୁ ଏକ ଟିପ୍ସ ମଧ୍ୟ ଦିଅନ୍ତି। କିଛି ଲୋକ ଟିପ୍ସରେ ଆଶାଠୁ ଅଧିକ ଟଙ୍କା ଦିଅନ୍ତି। ଟଙ୍କା ପାଇ ଓ୍ବେଟର ମଧ୍ୟ ଖୁସି ହୋଇଯାନ୍ତି। ଆଜିକାଲି ଆମେରିକାରେ ‘ଟିପ୍ସ ଫର୍ ଜେଶଶ୍’ ଅଭିଯାନରେ ଲୋକମାନେ ରେଷ୍ଟୁରାଣ୍ଟକୁ ଯାଇ ସେଠାରେ ଥିବା ୱେଟର କିମ୍ବା କର୍ମଚାରୀଙ୍କୁ ବହୁ ପରିମାଣର ଦାନ ଦେଇ ଖୁସି କରୁଛନ୍ତି।
ଆମେରିକାର ପେନସିଲଭାନିଆର ଆଲଫ୍ରେଡୋ କାଫେ ନାମକ ଏକ ସ୍ଥାନ ଅଛି, ଯେଉଁଠାରେ ମାରିଆନା ଲାମବର୍ଟ ନାମକ ଜଣେ ମହିଳା ୱେଟର କାମ କରନ୍ତି। ପ୍ରାୟ ତିନିମାସ ପୂର୍ବେ ଏରିକ ସ୍ମିଥ ନାମକ ଜଣେ ବ୍ୟକ୍ତି କାଫେକୁ ଆସି ପ୍ରାୟ ଏକ ହଜାର ଟଙ୍କା ମୂଲ୍ୟର ଖାଦ୍ୟ ଖାଇଥିଲେ, କିନ୍ତୁ ଗଲା ବେଳେ ସେ ଟିପ୍ସ ଆକାରରେ ମାରିଆନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥଲେ। ଏତେ ଟଙ୍କା ପାଇଁ ମାରିଆନା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଦେଖି କହିଥିଲେ ‘ଟିପ୍ସ ଫର୍ ଜେଶଶ୍’ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଦୁଇ ମାସ ପରେ ମାରିଆନା ଏପରି ଏକ ଝଟକା ପାଇଥିଲେ, ଯାହା କେହି ଆଶା କରି ନ ଥିଲେ।
ଏରିକ ସ୍ମିଥ ଗତ ମାସରେ ରେଷ୍ଟୁରାଣ୍ଟକୁ ଏକ ଚିଠି ପଠାଇ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କ୍ରେଡିଟ କାର୍ଡର ଚାର୍ଜ ବ୍ୟାକ ନିୟମ ଅନୁଯାୟୀ ଏକ ଫେରସ୍ତ ଦାବି ଦାଖଲ କରିଥିଲେ। ରେଷ୍ଟୁରାଣ୍ଟ ପକ୍ଷରୁ ଫେସବୁକରେ ସ୍ମିଥଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଏହା ପରେ ରେଷ୍ଟୁରାଣ୍ଟ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ରେଷ୍ଟୁରାଣ୍ଟ ମ୍ୟାନେଜର ଜ୍ୟାକ ଯାଦବସନ କହିଛନ୍ତି,ଏହି ଘଟଣା ମୋତେ ବହୁତ ନିରାଶ କରିଛି। ଆମେ ଭାବୁଥିଲୁ ପ୍ରକୃତରେ କେହି ଜଣେ ଏପରି ଭଲ କାମ କରିବାକୁ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ଆମେ ବିଶ୍ୱାସ ହରାଇଛୁ। ଏନେଇ ମାଜିଷ୍ଟ୍ରେଟ କୋର୍ଟରେ ଏକ ମାମଲା ରୁଜୁ ହୋଇଛି।
ରେଷ୍ଟୁରାଣ୍ଟରେ ମାତ୍ର ୧୦୦୦ ଟଙ୍କାର ଖାଦ୍ୟ ଖାଇ ଓ୍ବେଟରଙ୍କୁ ୨ ଲକ୍ଷ ଟଙ୍କାର ଦେଲେ ଟିପ୍ସ: ତା’ପରେ ଆସିଲା ଟ୍ବିଷ୍ଟ୍
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
Archives


