ପ୍ରାୟତଃ ଲୋକମାନେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲକୁ ଗଲେ ଭଲ ସେବା ପାଇଁ ୱେଟରଙ୍କୁ ଏକ ଟିପ୍ସ ମଧ୍ୟ ଦିଅନ୍ତି। କିଛି ଲୋକ ଟିପ୍ସରେ ଆଶାଠୁ ଅଧିକ ଟଙ୍କା ଦିଅନ୍ତି। ଟଙ୍କା ପାଇ ଓ୍ବେଟର ମଧ୍ୟ ଖୁସି ହୋଇଯାନ୍ତି। ଆଜିକାଲି ଆମେରିକାରେ ‘ଟିପ୍ସ ଫର୍ ଜେଶଶ୍’ ଅଭିଯାନରେ ଲୋକମାନେ ରେଷ୍ଟୁରାଣ୍ଟକୁ ଯାଇ ସେଠାରେ ଥିବା ୱେଟର କିମ୍ବା କର୍ମଚାରୀଙ୍କୁ ବହୁ ପରିମାଣର ଦାନ ଦେଇ ଖୁସି କରୁଛନ୍ତି।
ଆମେରିକାର ପେନସିଲଭାନିଆର ଆଲଫ୍ରେଡୋ କାଫେ ନାମକ ଏକ ସ୍ଥାନ ଅଛି, ଯେଉଁଠାରେ ମାରିଆନା ଲାମବର୍ଟ ନାମକ ଜଣେ ମହିଳା ୱେଟର କାମ କରନ୍ତି। ପ୍ରାୟ ତିନିମାସ ପୂର୍ବେ ଏରିକ ସ୍ମିଥ ନାମକ ଜଣେ ବ୍ୟକ୍ତି କାଫେକୁ ଆସି ପ୍ରାୟ ଏକ ହଜାର ଟଙ୍କା ମୂଲ୍ୟର ଖାଦ୍ୟ ଖାଇଥିଲେ, କିନ୍ତୁ ଗଲା ବେଳେ ସେ ଟିପ୍ସ ଆକାରରେ ମାରିଆନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥଲେ। ଏତେ ଟଙ୍କା ପାଇଁ ମାରିଆନା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଦେଖି କହିଥିଲେ ‘ଟିପ୍ସ ଫର୍ ଜେଶଶ୍’ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଦୁଇ ମାସ ପରେ ମାରିଆନା ଏପରି ଏକ ଝଟକା ପାଇଥିଲେ, ଯାହା କେହି ଆଶା କରି ନ ଥିଲେ।
ଏରିକ ସ୍ମିଥ ଗତ ମାସରେ ରେଷ୍ଟୁରାଣ୍ଟକୁ ଏକ ଚିଠି ପଠାଇ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କ୍ରେଡିଟ କାର୍ଡର ଚାର୍ଜ ବ୍ୟାକ ନିୟମ ଅନୁଯାୟୀ ଏକ ଫେରସ୍ତ ଦାବି ଦାଖଲ କରିଥିଲେ। ରେଷ୍ଟୁରାଣ୍ଟ ପକ୍ଷରୁ ଫେସବୁକରେ ସ୍ମିଥଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଏହା ପରେ ରେଷ୍ଟୁରାଣ୍ଟ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ରେଷ୍ଟୁରାଣ୍ଟ ମ୍ୟାନେଜର ଜ୍ୟାକ ଯାଦବସନ କହିଛନ୍ତି,ଏହି ଘଟଣା ମୋତେ ବହୁତ ନିରାଶ କରିଛି। ଆମେ ଭାବୁଥିଲୁ ପ୍ରକୃତରେ କେହି ଜଣେ ଏପରି ଭଲ କାମ କରିବାକୁ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ଆମେ ବିଶ୍ୱାସ ହରାଇଛୁ। ଏନେଇ ମାଜିଷ୍ଟ୍ରେଟ କୋର୍ଟରେ ଏକ ମାମଲା ରୁଜୁ ହୋଇଛି।
ରେଷ୍ଟୁରାଣ୍ଟରେ ମାତ୍ର ୧୦୦୦ ଟଙ୍କାର ଖାଦ୍ୟ ଖାଇ ଓ୍ବେଟରଙ୍କୁ ୨ ଲକ୍ଷ ଟଙ୍କାର ଦେଲେ ଟିପ୍ସ: ତା’ପରେ ଆସିଲା ଟ୍ବିଷ୍ଟ୍
ଦମଦାର ବିଜୟ ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ ରୟାଲ
ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…
ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…
ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…
୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ
ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…
ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ
ଭୁବନେଶ୍ୱର, ୩୦।୩: ଏମ୍ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…
ହଠାତ୍ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍: ଘଟଣାସ୍ଥଳରେ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…
ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…
ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…
ଭୁବନେଶ୍ୱର,୩୦।୩: ଭାଜପା ଏମ୍ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…
ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…
Archives

