ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍ ମରାମତି କାମ ଚାଲିଥିବାବେଳେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି କେତେକ ଶ୍ରମିକ । ଶ୍ରମିକମାନେ କାମ କରୁଥିବାବେଳେ ହଠାତ୍ ଏକ ଏକ୍ସପ୍ରେସ ଟ୍ରେନ୍ ମାଡି ଆସିଥିଲା। ହେଲେ ସେଠାରେ କାମ ତଦାରଖ କରୁଥିବା ମେଟଙ୍କ ଅବହେଳାରୁ ଏପରି ହୋଇଥିବା ନେଇ ମଙ୍ଗଳବାର ବୁର୍ଡାରେ ଆଲୋଚନା ହେଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବିଭାଗୀୟ ଜଣେ କର୍ମଚାରୀ ତଥା ମେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ରୁ ୬ ଜଣ ଶ୍ରମିକ ରେଳ ଟ୍ରାକ୍ ମରାମତି କାମରେ ନିୟୋଜିତ ହୋଇଥିଲୋ ଅପରାହ୍ନ ସମୟରେ ଶ୍ରମିକମାନେ ମେଶିନ ସହାୟତାରେ କାମ କରୁଥାନ୍ତି ା କୌଣସି ଏକ ଏକ୍ସପ୍ରେସ ଟ୍ରେନ ଆସୁଥିବାରୁ ସେତିକି ବେଳେ ଫାଟକ ମ୍ଯଯ ପଡିଥିଲା ା ଟ୍ରାକ୍ରେ କାମ କଳାବେଳେ ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ଟ୍ରାକ୍ରେ ଲାଲ କପଡା ଟାଣି କାମ କରିବା କଥା । କିନ୍ତୁ ମେଟ ଅବହେଳା ଯୋଗୁ ଟ୍ରାକରେ ଲାଲ କପଡା ଟଣାଯାଇନଥିଲା ା ଅପରପକ୍ଷେ ଫାଟକ ପଡିଥିବାରୁ ଗ୍ରୀନ ସିଙ୍ଗନାଲ ପଡିଥିବାରୁ ଏକ ଏକ୍ସପ୍ରେସ ଟ୍ରେନ୍ଟି ଫାଟକ ନିକଟସ୍ଥ କାମ ଚାଲୁଥିବା ପର୍ଯ୍ୟନ୍ତ ଟ୍ରେନ ମାଡିଆସିଥିଲା ା ଶ୍ରମିକମାନେ ହଠାତ୍ ଟ୍ରେନ୍କୁ ପାଖରେ ଦେଖି ହଡବଡ ହୋଇଯାଇଥିଲେ ା ଶ୍ରମିକମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ମରାମତି ପାଇଁ ଟ୍ରାକ୍ରେ ଖଜଂ ଯାଇଥିବା ମେଶିନ କିନ୍ତୁ ଚୁରମାର ହୋଇଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ତଦାରଖ ଦାୟିତ୍ୱରେ ଥିବା ମେଟ ଜଣଙ୍କ ମୋବାଇଲ ଦେଖୁଥିବାରୁ ଏବଂ ଶ୍ରମିକଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରାକ୍ରେ ଲାଲ କପଡା ଟଣା ଯାଇନଥିବାରୁ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ା ଏହି ଅଘଟଣ ପରେ ଶ୍ରମିକମାନେ ଭୟଭିତ ହୋଇ ପଡିଥିଲେ । ଏହି ଘଟଣାକୁ ପ୍ରଘଟ ନକରିବାକୁ ସ୍ଥାନୀୟ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ । ମଙ୍ଗଳବାର ଗଣମାଧ୍ୟମରେ ଆସିଥିବା ରେଳ ବଜେଟ ସମ୍ପକୀୟ ଖବର ପଢିଲାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । କେଉଁ ଉଦ୍ଦେଶ୍ୟରେ ଏହି ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରାଯାଇଛି ଏ ସଂକ୍ରାନ୍ତରେ ସମ୍ବଲପୁର ଡିଆରଏମ ଏବଂ ବଲାଙ୍ଗୀର ଜିଆରପି ପୋଲିସ ପକ୍ଷରୁ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

