Categories: ଜାତୀୟ

ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ି ୫ ଆହତ

କୋଲକାତା,୫।୧: ପଶ୍ଚିମବଙ୍ଗର ବଦ୍ଧର୍ର୍ମାନ ରେଳଷ୍ଟେଶନ ସମ୍ମୁଖ ଭାଗ ବିଲ୍ଡିଂ ଶନିବାର ରାତିରେ ଆଂଶିକ ଭୁଶୁଡ଼ି ପଡ଼ିବାରୁ ୫ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନେକେ ଭଗ୍ନସ୍ତୂପ ତଳେ ଚାପିହୋଇ ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ବିଲ୍ଡିଂର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଲିସ, ରେଲଓ୍ବେ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share