ରେଳଲାଇନରେ ଯୁବତୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ୍‌/ ଓଡ଼ାପଡ଼ା, ୯ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡା ବ୍ଲକ ଝାରଗାଡିଆ ଫାଣ୍ଡି ଦାଣ୍ଡିମାଳ ପାସେଞ୍ଜର ହଲ୍ଟ ରେଲଓ୍ବେ ଷ୍ଟେଶନଠାରେ ଜଣେ ଯୁବତୀଙ୍କ ମୃତଦେହ ସୋମବାର ରେଲଓ୍ବେ ପୋଲିସ ଉଦ୍ଧାର କରିଛି। ମୃତାଙ୍କ ନାମ ସୁନିତା ପରିଡା ଓ ଘର ବଳରାମପୁର ଗ୍ରାମରେ ବୋଲି ଜଣାପଡିଛି। ରବିବାର ସୁନିତାଙ୍କ ବାହାଘର ପାଇଁ ପ୍ରସ୍ତାବ ଆସିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି। ଉଭୟ ରେଳ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି।