Categories: ବାଣିଜ୍ୟ

ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ୟୁନିୟନର ବିରୋଧ

ନୂଆଦିଲ୍ଲୀ,୮ା୭: ଭାରତୀୟ ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ରେଲଓ୍ବେ ୟୁନିୟନ ବିରୋଧ କରିଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ ଇଣ୍ଡିଆନ ରେଲଓ୍ବେମେନ ପକ୍ଷରୁ ଏହାକୁ ବିରୋଧ କରି ସାରା ଦେଶରେ ରେଲଓ୍ବେ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆସନ୍ତା ୧୦ରୁ ୧୩ତାରିଖ ପର୍ଯ୍ୟନ୍ତ ହାତରେ କଳାବ୍ୟାଜ୍‌ ପିନ୍ଧାଯିବ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ରେଲଓ୍ବେର ବିକାଶ ଲାଗି ପିପିପି ମଡେଲ ଆପଣାଯିବ ବୋଲି କହିଥିଲେ। ସରକାର ରେଲଓ୍ବେର କର୍ପୋରେଟକରଣ ସହ ଘରୋଇକରଣ କରିବାକୁ ଯାଉଛନ୍ତି ବୋଲି ବଜେଟରୁ ସ୍ପଷ୍ଟ ହୋଇଥିବା ଫେଡେରେଶନ ପକ୍ଷରୁ ଏହାର ମହାସଚିବ ଏମ୍‌.ରାଘଭାଇୟା ବିଭିନ୍ନ ସହଯୋଗୀ ୟୁନିୟନକୁ ପତ୍ର ଲେଖି ଜଣାଇଛନ୍ତି।

Share