Categories: ବାଣିଜ୍ୟ

ରେପୋ ହ୍ରାସ କଲା ବ୍ୟାଙ୍କ ଅଫ୍‌ ଇଂଲଣ୍ଡ

କରୋନା ପ୍ରଭାବକୁ କମ୍‌ କରିବା ଲାଗି ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ରେପୋ ହ୍ରାସ କରିଛି। ଏକ ଜରୁରିକାଳୀନ ବୈଠକରେ ବ୍ୟାଙ୍କ ୧୫ ବେସିସି ପଏଣ୍ଟ ରେପୋ କମାଇଛି। ଏହା ଫଳରେ ବ୍ୟାଙ୍କର ସୁଧ ହାର ବର୍ତ୍ତମାନ ୦.୧%କୁ ଖସିଛି। ଏହା ବ୍ୟାଙ୍କ ସ୍ଥାପନ ହେବା ପରଠାରୁ ସବୁଠାରୁ ନିମ୍ନ ସ୍ତର ବୋଲି ଜଣାପଡିଛି। ବ୍ୟାଙ୍କ ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ଭାବେ ୨ ଥର ରେପୋ ହ୍ରାସ ପଦକ୍ଷେପ ନେଇଛି। ମାର୍ଚ୍ଚ ୧୧ରେ ଏହା ରେପୋକୁ ୦.୨୫% ହ୍ରାସ କରିଥିଲା। ସେହିଭଳି ଏହି ସମୟରେ ଇଂଲଣ୍ଡର ପବ୍‌ସ ଏବଂ ରେଷ୍ଟୁରାଣ୍ଟଗୁଡିକୁ ବନ୍ଦ କରି ଦିଆଯାଇଛି।

Share