ରେପୋ ରେଟ୍‌ ୦.୪% କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଏଭଳି କାରଣ ଲାଗି ଦେଶର ଅଭିବୃଦ୍ଧି ହାର ନକାରାତ୍ମକ ରହିବ। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲଗାତର ପ୍ରୟାସ ଜାରି ରଖିଛି। ଏଭଳି ସ୍ଥିତିରେ ଆର୍ଥତ୍କ କାର୍ଯ୍ୟକଳାପକୁ ଗତି ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଅତିରିକ୍ତ ୯ଟି ପଦକ୍ଷେପ ଗ୍ରହଣ କରିଛି। ଶନିବାର ଏହାର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ (ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ଆର୍‌ବିଆଇଠାରୁ ଋଣ ନେଇଥାନ୍ତି) ରେଟ୍‌ରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ରେପୋ ରେଟ୍‌ ୪.୪% ରହିଥିବା ବେଳେ ଏହା ବର୍ତ୍ତମାନ ୪%କୁ ହ୍ରାସ ଘଟିଛି। ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୩.୩୫%କୁ ଖସାଇଛି। ଋଣ ପଇଠ ଉପରେ ମୋରାଟୋରିୟମ ବା ପରିଶୋଧ ସ୍ଥଗନକୁ ଆଉ ୩ ମାସ ବଢ଼ାଯାଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ପ୍ରଭାବକୁ କମ୍‌ କରିବା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖାଯିବା ନେଇ ବିଭିନ୍ନ ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ
ରହିବା ନେଇ ଆକଳନ କରାଯାଇଛି। ଭାରତରେ ବର୍ତ୍ତମାନ ଚାହିଦା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। କରୋନା ଯୋଗୁ ଘରୋଇ ଚାହିଦାକୁ ଝଟକା ଲାଗିଛି। ନିବେଶ ଚାହିଦା ମଧ୍ୟ କ୍ଷତିଗସ୍ତ ହୋଇଛି। ଆର୍ଥତ୍କ କାର୍ଯ୍ୟକଳାପ କମ୍‌ ରହିଥିବାରୁ ସରକାରଙ୍କ ରାଜସ୍ବ ସଂଗ୍ରହକୁ ଏହା କ୍ଷତି ପହଞ୍ଚାଉଛି ବୋଲି ଶକ୍ତିକାନ୍ତ ମତବ୍ୟକ୍ତ କରିଛନ୍ତି। ଏହାବାଦ ବର୍ତ୍ତମାନ ଗ୍ରହଣ କରାଯାଉଥିବା ବିତ୍ତୀୟ, ମୁଦ୍ରାନୀତିଗତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସଂସ୍କାରଗତ କାର୍ଯ୍ୟକ୍ରମ ଯୋଗୁ ଦେଶର ଅଭିବୃଦ୍ଧି ଧାରା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ସୁଧାର ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।
ଋଣ ପଇଠ କ୍ଷେତ୍ରରେ ମୋରାଟୋରିୟମକୁ କେନ୍ଦ୍ରୀୟ ବ୍ୟାଙ୍କ ଅଗଷ୍ଟ ମାସ ଯାଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଲୋକମାନେ ଆଶ୍ୱସ୍ତି ଲାଭ କରିପାରିବେ। ମାର୍ଚ୍ଚରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ୩ ମାସର ମୋରାଟୋରିୟମ ପ୍ରଦାନ କରିଥିଲା। ଓ୍ବାର୍କିଂ କ୍ୟାପିଟାଲ କ୍ଷେତ୍ରରେ ମୋରାଟୋରିୟମକୁ ମଧ୍ୟ ୩ ମାସ ବଢ଼ାଯାଇଛି। କୌଣସି ବାଣିଜି୍ୟକ ଗ୍ରୁପ୍‌ର ନେଟ୍‌ଓର୍ଥ ବା ସମ୍ପତ୍ତିକୁ ବିଚାରକରି ପ୍ରଦାନ କରାଯାଉଥିବା ଋଣ ଉପରେ ସୀମାକୁ ୨୫ରୁ ୩୦% ବଢ଼ାଯାଇଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନେଇ କରିଥିବା ଆକଳନରେ ଅନିଶ୍ଚିତତା ରହିଥିବା ଜଣାପଡ଼ିଛି। କରୋନା ଯୋଗୁ ବର୍ତ୍ତମାନ ବଜାରରେ ଡାଲି ଜାତୀୟ ସାମଗ୍ରୀ ମୂଲ୍ୟ ବଢୁଥିବାରୁ ଆମଦାନୀ ଶୁଳ୍କ ଏବଂ ମୂଲ୍ୟ ନିୟନ୍ତ୍ରଣ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ସ୍ଥିର ରହିପାରେ। ଏହା ଦ୍ୱିତୀୟାର୍ଦ୍ଧରେ ସୁଧାର ନେଇ ଆଶା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ଅନ୍ୟ ପଦକ୍ଷେପ ମଧ୍ୟରେ ସିଡ୍‌ବୀକୁ ୯୦ ଦିନ ଲାଗି ୧୫ ହଜାର କୋଟି ଟଙ୍କାର ପୁନଃ ପୁଞ୍ଜି ପ୍ରଦାନ ସୁବିଧା ଦିଆଯାଇଛି। ରପ୍ତାନି ଋଣ ସୀମାକୁ ୧ ବର୍ଷରୁ ୧୫ ମାସକୁ ବଢ଼ାଯାଇଛି। ଏକ୍‌ଜିମ୍‌ ବ୍ୟାଙ୍କକୁ ୧୫ ହଜାର କୋଟି ଟଙ୍କାର କ୍ରେଡିଟ ଲାଇନ ମିଳିଛି। ଡାଟା ସଂଗ୍ରହରେ ବାଧା ଉପୁଜିବା ଯୋଗୁ ମୁଦ୍ରାସ୍ଫୀତି ଆକଳନରେ ପ୍ରଭାବ ଦେଖାଯାଇଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୧୭% ଖସିଛି। ମାନୁଫାକ୍‌ଚରିଂ କାର୍ଯ୍ୟକଳାପ ୨୧% ହ୍ରାସ ଘଟିଛି। ସେହିଭଳି କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରି ଉତ୍ପାଦନ ୬.୫% ଖସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri