Categories: ବାଣିଜ୍ୟ

ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ନୂଆ ଟ୍ରାଇବରର ବଜାର ପ୍ରବେଶ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ରେନୋ ପକ୍ଷରୁ ନୂଆ ଯାନ ଟ୍ରାଇବରକୁ ସ୍ଥାନୀୟ ପାହାଳ ନିକଟସ୍ଥ ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ଶୁକ୍ରବାର ଉନ୍ମୋଚନ କରାଯାଇଛି। ସୁପର ସେଲ୍‌ସ ଅଟୋମୋବାଇଲ ଏମ୍‌ଡି ବିଶାଲ ଧାଓ୍ବନ, ଭୁବନେଶ୍ୱର ଆର୍‌ଟିଓ-୧ର ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଯାନଟିକୁ ଶୁଭାରମ୍ଭ କରିଛନ୍ତି। ୪.୯୫ ଲକ୍ଷ ଟଙ୍କା ଆରମ୍ଭ ମୂଲ୍ୟରେ ଯାନଟି ଉପଲବ୍ଧ ହେଉଛି। ମଡେଲଟିରେ ସୁପର ସ୍ପେଶିୟସ ଏବଂ ଅଲ୍ଟା ମଡ୍ୟୁଲାର ଏବଂ ମନଲୋଭା ଡିଜାଇନ ରହିଛି। ଏଥିରେ ପର୍ଯ୍ୟାପ୍ତ ରୁମ, ଲିଟର ପିଛା ୨୦.୦୫ ଲିଟର ମାଇଲେଜ, ମଡୁଲାର ଭିତ୍ତିକ ୪ ମିଟର ମଧ୍ୟରେ ୭ ଜଣ ବସିବାର ସୁବିଧା କରାଯାଇଛି। ୪ଟି ଟ୍ରିମ୍‌ରେ ଯାନଟି ଆସିଥିବା ବେଳେ ଏଥିରେ ୨୦ ପ୍ରମୁଖ ବୈଶିଷ୍ଟ୍ୟ ରହିଛି। ସେହିଭଳି ୧୦ରୁ ଅଧିକ ସିଟ କନଫିଗରେଶନ, ଇଜି ଫିକ୍ସ ସିଟ୍‌, ଏସ୍‌ୟୁଭି ସ୍କିଡ ପ୍ଲେଟ, ଏଲ୍‌ଇଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୨ୟ ଏବଂ ତୃତୀୟ ଧାଡିରେ ଦ୍ୱେତ ଏସି ଭେଣ୍ଟ, ୧୮୨ ଏମ୍‌ଏମ୍‌ ମିଟରର ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ, ୮ ଇଞ୍ଜର ଟଚ୍‌ ସ୍କ୍ରିନ ମିଡିଆ ଏନ୍‌ଏଭି ଇଭୋଲ୍ୟୁଶନ ସିଷ୍ଟମ ଗ୍ରାହକ ପାଇପାଇବେ। ଯାନଟି ୧ ଲିଟର ପେଟ୍ରୋଲ ଇଞ୍ଜିନ ସହ ଆସୁଛି। । ଅପରପକ୍ଷରେ ଗ୍ରାହକ ଏଥିରେ କମ୍‌ ମୂଲ୍ୟରେ ରକ୍ଷଣାବେକ୍ଷଣ ପ୍ୟାକେଜ ଏବଂ କ୍ଲାସ ଲିଡିଂ ସମ୍ପ୍ରସାରିତ ପ୍ୟାକେଜ ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share