Categories: ବାଣିଜ୍ୟ

ରେନୋ ପକ୍ଷରୁ ନୂଆ କ୍ୱିଡ ବଜାରରେ

ଭୁବନେଶ୍ୱର,୧୭-୧୦(ବ୍ୟୁରୋ): ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ ଓଡିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେନୋ ଭୁବନେଶ୍ୱର ଶୋ’ରୁମରେ ଏହି ମଡେଲଟିକୁ ଶୁଭାରମ୍ଭ କରାଯାଇଛି। ଗର୍ଗସନ ଅଟୋମୋବାଇଲ ପକ୍ଷରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗ, ଏମ୍‌ଡି ସତୀଶ ଗର୍ଗ, ଉପସଭାପତି ରଞ୍ଜନ ମହାପାତ୍ର ସେଲ୍‌ସ ଡିଜିଏମ୍‌ ଅମୂଲ୍ୟ ରତ୍ନ ଦାସ ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଏହାର ଉନ୍ମୋଚନ କରିଛନ୍ତି। କମ୍ପାନୀ ଏହି ଯାନଟିକୁ ଅଧିକ ଷ୍ଟାଇଲିସ ଏବଂ ସମ୍ପୂର୍ଣ୍ଣ ଲୋଡେଡ କରି ପ୍ରସ୍ତୁତ କରିଛି। ଯାନଟିର ଏକ୍ସଶୋ’ରୁମ ଦିଲ୍ଲୀ ଆରମ୍ଭ ମୂଲ୍ୟ ୨.୮୩ ଲକ୍ଷ ଟଙ୍କା ରହିଛି। ୨୦୧୫ରେ କ୍ୱିଡ ପ୍ରଥମେ ଭାରତ ବଜାରରେ ପ୍ରବେଶ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହାର ୩ ଲକ୍ଷରୁ ଉର୍ଦ୍ଧ୍ୱ ସନ୍ତୁଷ୍ଟ ଗ୍ରାହକ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।
ନୂଆ କ୍ୱିଡ ପରିବର୍ତ୍ତିତ ସ୍ପୋର୍ଟ, ପେପି ଫିଚର ସହ ଆସିଛି। ଏହା ୨ ସ୍ମାର୍ଟ କଣ୍ଟ୍ରୋଲ ଏଫିସିଏନ୍ସି ଯଥା-୦. ୮ ଲିଟିର ଏବଂ ୧ .୦ ଲିଟର କ୍ଷମତା ବିଶିଷ୍ଟ। ଉଭୟ ପାଓ୍ବାରଟ୍ରେନରେ ୫ ସ୍ପିଡ ମାନୁଆଲ ଗିୟରବକ୍ସ ରହିଛି। ଏହାର ୧ ଲିଟର ବିଶିଷ୍ଟ ଭାରିଆଣ୍ଟରେ ୧ ଲିଟର ବିଶିଷ୍ଟ ୫ ସ୍ପିଡ ଏଏମ୍‌ଟି ସ୍ଥାନିତ କରାଯାଇଛି। ଯାନଟି ବିଭିନ୍ନ ଭାରିଆଣ୍ଟ ମୂଲ୍ୟ ପ୍ରାୟ ୪.୮୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ଦିଆଯାଇଥିବା କ୍ରୋମ ଇଣ୍ଟେରିୟର ଆସେଣ୍ଟ ଏହାକୁ ପ୍ରିମିୟମ ଫିଲ ପ୍ରଦାନ କରିବ। ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏଲଇଡି ଇଲୁମିନେଶନ, ୮ ଇଞ୍ଚ ମିଡିଆନାଭ ଇଭୋଲ୍ୟୁଶନ ଟଚ୍‌ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ଆଣ୍ଡ୍ରଏଡ ଅଟୋ ଏବଂ ଆପଲ କାର ପ୍ଲେ ଏବଂ ରିଭର୍ସ ପାର୍କିଂ କ୍ୟାମେରା ରହିଛି। ଏୟାରବ୍ୟାଗ, ଏବିଏସ୍‌,ଇବିଡି ଭଳି ନିରାପତ୍ତା ଫିଚର, ୬ ରଙ୍ଗ ବିକଳ୍ପ ସହ ଏହା ଆସିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share