Categories: ବାଣିଜ୍ୟ

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। ଗ୍ରାହକ ସନ୍ତୁଷ୍ଟି ପଦକ୍ଷେପ ବୃଦ୍ଧି ସ୍ବରୂପ କମ୍ପାନୀ ଉନ୍ନତ ବିକ୍ରି ପରବର୍ତ୍ତୀ ସେବା ଯୋଗାଣକୁ ଏହା ଦ୍ୱାରା ଧ୍ୟାନରେ ରଖିବ। ଏହାକୁ କମ୍ପାନୀର ୪୫୦ ଟଚ୍‌ ପଏଣ୍ଟରେ ଆରମ୍ଭ କରାଯାଇଛି। ଅଭିଜ୍ଞ ସର୍ଭିସ ଟେକ୍ନିସିଆନଙ୍କ ଦ୍ୱାରା ଯାନର ସର୍ଭିସ ସୁବିଧା ଯୋଗାଇ ଦିଆଯିବ। ଏହି ସମୟରେ ଗ୍ରାହକମାନେ ବଛା ବଛା ଆସେସୋରିଜ ଉପରେ ୫୦% ପର୍ଯ୍ୟନ୍ତ ରିହାତି, ପାର୍ଟସ ଉପରେ ୧୦% ରିହାତି, ଲେବର ଚାର୍ଜ ଏବଂ ଅନ୍ୟାନ୍ୟ ଭାଲ୍ୟୁ ଆଡେଡ ସେବା ଉପରେ ୧୫% ସହ ରେନୋ ସୁକ୍ୟୁର ଦ୍ୱାରା ୧୦% ରିହାତି ପାଇବାର ସୁବିଧା କରାଯାଇଛି। ଏହାବାଦ ଟାୟାର ଏବଂ ଇଞ୍ଜିନ ଅଏଲ ପରିବର୍ତ୍ତନ ଉପରେ ରିହାତି ଦିଆଯାଉଛି। ମାଇଁ ରେନୋ ଆପ୍‌ ଡାଉନଲୋଡ କରିଥିବା ଗ୍ରାହକଙ୍କ ପାଇଁ ଅତିରିକ୍ତ ରିହାତି ସୁବିଧା ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share