Categories: ବାଣିଜ୍ୟ

ରେନୋ ‘କ୍ୱିଡ’ର ୩ ଲକ୍ଷରୁ ଉର୍ଦ୍ଧ୍ୱ ୟନିଟ ବିକ୍ରି

ଭୁବନେଶ୍ୱର,୧୧-୬: ପ୍ରମୁଖ କମ୍ପାନୀ ରେନୋ ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ‘କ୍ୱିଡ’ର ୩ ଲକ୍ଷରୁ ଉର୍ଦ୍ଧ୍ୱ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ଘରୋଇ ବଜାରର କ୍ଷୁଦ୍ରକାର ସେଗମେଣ୍ଟରେ ରେନୋ କ୍ୱିଡର ଲୋକପ୍ରିୟତା ବଢିଥିବା କମ୍ପାନୀ କହିଛି। ଏହା ବ୍ରାଣ୍ଡ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବା ସହ ମେକ୍‌ ଇନ୍‌ ଇଣ୍ଡିଆର ସଫଳତା ଧାରାକୁ ପ୍ରମାଣିତ କରିଛି। ଏହି ମଡେଲଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ନୂତନନ୍ବ ଏବଂ ସୁଲଭତା ଭଳି ବୈଶିଷ୍ଟ୍ୟ ସହ ଆସୁଛି। ଏହାର ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ ୭ ଇଞ୍ଚ ଟଚ୍‌ ସ୍କ୍ରିନ ମିଡିଆ ଏନ୍‌ଏଭି ସିଷ୍ଟମ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଓ୍ବାନ ଟଚ୍‌ ଲେନ୍‌ ଚେଞ୍ଜ ଇଣ୍ଡିକେଟର, ସ୍ପିଡ ଡିପେନଣ୍ଡେଣ୍ଟ ଭଲ୍ୟୁମ କଣ୍ଟ୍ରୋଲ ସାମିଲ ରହିଛି। ଏହାର ଏକ୍ସଶୋ’ରୁମ ଦିଲ୍ଲୀ ମୂଲ୍ୟ ୨.୭୬ ଲକ୍ଷ ଟଙ୍କାରୁ ୪.୭୫ ଲକ୍ଷ ଟଙ୍କା ରହିଛି।

Share