Categories: ବାଣିଜ୍ୟ

ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୧୯।୬: ୟୁରୋପର ପ୍ରମୁଖ ଅଟୋମୋଟିଭ୍‌ ବ୍ରାଣ୍ଡ୍‌ ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବରର କାର ବୁଧବାର ବଜାର ପ୍ରବେଶ ହୋଇଛି। ରେନୋ ଗ୍ରୁପର ସିଇଓ ଥିଏରୀ ବୋଲୋର, ଇଣ୍ଡିଆ ଅପରେଟସ୍ସ ସିଇଓ ଭେଙ୍କଟରାମ ମାମିଲାପଲେ କର୍ପୋରେଟ୍‌ ଡିଜାଇନ୍‌ ଇଭିପି ଲରେନ୍ସ ଭି.ଡି ଆକର, ଗ୍ରୁପର ସିନିୟର୍‌ ଭାଇସ୍‌ ପ୍ରେସିଡେଣ୍ଟ ଏଫ୍‌ କ୍ୟାମ୍ବୋଲିଭ୍‌ ଏହାର ବଜାର ପ୍ରବେଶ କରାଇଥିଲେ। ଭାରତୀୟ ବଜାରକୁ ଧ୍ୟାନରେ ରଖି ଏହି ମଡେଲକୁ ପ୍ରସ୍ତୁତ କରାଯାଇଛି। ରେନୋ ଇଣ୍ଡିଆ ଏବଂ ଫ୍ରାନ୍ସ ଟିମ୍‌ ଏହି ମଡେଲକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ମଡେଲଟିରେ ଅନେକ ଅତ୍ୟାଧୁନିକ ଫିଚର ରହିଛି। ଉନ୍ନତ ଇନ୍ଧନ ଦକ୍ଷତା, ଅଲଟ୍ରା ମଡ୍ୟୁଲାର, ସ୍ପେଶିୟସ୍‌ ଏବଂ କମ୍ପାକ୍ଟ ଭଳି ଫିଚର୍‌ ଗ୍ରାହକ ଏଥିରେ ଲାଭ କରିପାରିବେ। ଏହାବାଦ୍‌ ଉନ୍ନତ ସିଟ୍‌ କନଫିଗରେସନ୍‌ ଏବଂ ଇଣ୍ଡଷ୍ଟ୍ରି ଫାଷ୍ଟ ଇଜି ଫିକ୍ସ ଏଥିରେ ସ୍ଥାନିତ ରହିଛି। ୪ମିଟର ମଧ୍ୟରେ ଆକର୍ଷଣୀୟ କ୍ୟାବିନ୍‌, ୬୨୫ ଲିଟର୍‌ ବୁଟ୍‌ ସ୍ପେସ୍‌, ୩୧ ଲିଟର ପର୍ଯ୍ୟନ୍ତ ଷ୍ଟୋରେଜ ସ୍ପେସ୍‌ ଏଥିରେ ରହିଛିି। ମଡେଲରେରେ ୮ଇଞ୍ଚର ମଲ୍ଟିମିଡିଆ ଟଚ୍‌ ସ୍କ୍ରିନ୍‌, ୧.୦ ଲିଟରର ପେଟ୍ରୋଲ ଇଞ୍ଚିନ ଏବଂ କଷ୍ଟ୍‌ ଅଫ୍‌ ମେଣ୍ଟେନାନ୍ସକୁ ଗୁରୁତ୍ୱ ଦିଆଯାଇଛି। ରେନୋ ଗ୍ରୁପ୍‌ ପାଇଁ ଭାରତ ଏକ ପ୍ରମୁଖ ବଜାର ବୋଲି ସିଇଓ ବୋଲୋର କହିଛନ୍ତି।

Share