ରେଢାଖୋଲରେ ନିରାଡ଼ମ୍ବରରେ ପାଳିତ ହେଲା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ

ରେଢାଖୋଲ,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଗୁରୁବାର ନିରାଡ଼ମ୍ବର ଭାବେ ପାଳିତ ହୋଇଛି। ବ୍ରହ୍ମ ଅବଧୁତ ବାବା ଆନନ୍ଦ ଦାସ ଦୀପ ପ୍ରଜ୍ୱଳନ କରି ବିଶ୍ୱଶାନ୍ତି କାମନା କରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। ଅଲେଖଧର୍ମୀ ବ୍ରହ୍ମ ଅବଧୁତ ବାବା ଆନନ୍ଦ ଦାସ, ବାବା ଗୋକୁଲାନନ୍ଦ ଓ ଏନ୍‌ଏସି ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସନ୍ଥକବିଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନାଦିଚରଣ ସାହୁ, ଭୀମଭୋଇ କଳାପରିଷଦର ସଭାପତି ମହାବୀର ସିଂ ଦେଓ, ଦେବାନନ୍ଦ ପ୍ରଧାନ, ରଂଜିତ ଦେହୁରୀ, ସୁଶାନ୍ତ ପ୍ରଧାନ, ଅଚ୍ୟୁତାନନ୍ଦ ପୁରୋହିତ, ଯୋଗଜନ୍ମା ଦାସଶର୍ମା, ସଂହାର କେଶରୀ ଭଞ୍ଜ, ପ୍ରଦୀପ କୁମାର ବିଶ୍ୱାଳ, ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର, କାଉନସିଲର ଲକ୍ଷ୍ମଣ କୁମାର ପ୍ରଧାନ, ଚିତ୍ରଶିଳ୍ପୀ ସୁଧୀର ସ୍ବାଇଁ, ସୁରେଶ ପୋଢ, ଅଖୁଜ ମହାକୁଡ, ଚନ୍ଦ୍ରଶେଖର ପୁରୋହିତ ପ୍ରମୁଖ ଜୟନ୍ତୀ ସଭାରେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଓଡିଶା ସାହିତ୍ୟ ଏକାଡେମି ଓ ଭୀମ ଭୋଇ କଳାପରିଷଦର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି। ହେଲେ ଏଥର ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ରହିଛି। ସଭାସମିତି ସମତେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ଏଥିଯୋଗୁ ଓଡିଶା ସାହିତ୍ୟ ଏକାଡେମିର କୌଣସି ସଦସ୍ୟ କିମ୍ବା ରେଢାଖୋଲ ଉପଖଣ୍ଡ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଯୋଗ ଦେଇ ନ ଥିଲେ।