‘ରେଡ୍‌ ଜୋନ୍‌’ ବିଦ୍ୟାର୍ଥୀଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମନା

କଟକ ଅଫିସ,୧୭।୫: ରେଡ୍‌ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ମନା। ସ୍ଥିତି ଆୟତାଧିନ ନ ହେଲା ଯାଏଁ ସେମାନେ ବିଶ୍ୱବିଦ୍ୟାଳୟ ଭିତରକୁ ଆସିପାରିବେ ନାହିଁ। ଏଭଳି କାରଣ ଦର୍ଶାଇ ଜଣେ ବିଦ୍ୟାର୍ଥୀଙ୍କୁ ଫେରାଇ ଦେଇଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଶନିବାର ଏଭଳି ଘଟଣାକୁ ନେଇ ଛାତ୍ରୀଛାତ୍ର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଦ୍ୟାର୍ଥୀ ଜଣଙ୍କ ବାଲେଶ୍ୱରର ବାସିନ୍ଦା। ସେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସ୍ନାତକ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ର ଓ ଇଷ୍ଟ ହଷ୍ଟେଲର ଅନ୍ତେବାସୀ। ପ୍ରଥମ ସେମିଷ୍ଟର ପରୀକ୍ଷା ଶେଷ ହୋଇଛି। ଲକ୍‌ଡାଉନ ଘୋଷଣା ପୂର୍ବରୁ ସେ ବ୍ୟକ୍ତିଗତ କାର୍ଯ୍ୟରେ ଘରକୁ ଯାଇଥିଲେ। ଘରେ ଥିବାବେଳେ ଜନତା କର୍ଫ୍ୟୁ ଜାରି ହୋଇଥିଲା। ପରେ ଯାତାୟତ ବ୍ୟବସ୍ଥା ବନ୍ଦ ହୋଇଥିଲା। ଛାତ୍ର ଜଣଙ୍କ ନ୍ୟାସନାଲ ଏଲିଜିବିଲିଟ କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜୁଲାଇ ୨୬ରେ ପ୍ରବେଶିକା ପରୀକ୍ଷା ରହିଛି। ସେଥିପାଇଁ କିଛି ଆନୁସଙ୍ଗିକ ପୁସ୍ତକ ନେବା ପାଇଁ ସେ କଟକ ଆସିଥିଲେ। ହଷ୍ଟେଲ ରୁମ୍‌ରେ ରହିଯାଇଥିବା ପୁସ୍ତକ ନେବା ପାଇଁ ସେ ବାଲେଶ୍ୱର ଉପଜିଲାପାଳଙ୍କଠାରୁ ଅନୁମତି ଆଣିଥିଲେ ବୋଲି କହିଛନ୍ତି। କିନ୍ତୁ ବିଶ୍ୱବିଦ୍ୟାଳୟ ଫାଟକ ନିକଟରେ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଛାତ୍ର ଜଣଙ୍କ ଏ ନେଇ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ‘ତୁମେ ହଷ୍ଟେଲ ୱାର୍ଡେନଙ୍କ ସହ ଯୋଗାଯୋଗ କର’ ବୋଲି କୁଳପତି କହିଥିଲେ। ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ଛାତ୍ର ଜଣଙ୍କ କଲ୍‌ କରିଥିଲେ ସୁଦ୍ଧା ସେ ରିସିଭି କରି ନ ଥିଲେ। କିଛି ସମୟ ପରେ ୱାର୍ଡେନ ଡ. ପାଢ଼ୀ ଫୋନ କରି କହିଥିଲେ- ତୁମେ ବାଲେଶ୍ୱରରୁ ଆସିଛ, ଏଣୁ ହଷ୍ଟେଲ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ହଷ୍ଟେଲ କେୟାର ଟେକରଙ୍କ ଜରିଆରେ ପୁସ୍ତକଗୁଡ଼ିକୁ ହଷ୍ଟେଲ ରୁମରୁ ଆଣିଦେବା ପାଇଁ ସେ ନିବେଦନ କରିଥିଲେ। ହେଲେ ନିରାଶ ହୋଇ ସନ୍ଧ୍ୟାରେ ତାଙ୍କୁ ବାଲେଶ୍ୱର ଫେରିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ ମଧ୍ୟବର୍ତ୍ତୀକାଳୀନ ସମୟରେ ବିଶ୍ୱବିଦ୍ୟାଳୟର କେତେକ ନିର୍ଦ୍ଦିଷ୍ଟ ଅଧ୍ୟାପକ ରେଡ ଜୋନ ଅଞ୍ଚଳରୁ ଆସିଛନ୍ତି। ପାଠପଢ଼ା ନ ହେଉଥିଲେ ସୁଦ୍ଧା ସେମାନେ ନିୟମିତ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ରେଡ୍‌ ଜୋନରୁ ଆସୁଥିବା ଅଧ୍ୟାପକଙ୍କ ପାଇଁ ନିୟମ ଖିଲାପ ହେଉଥିବା ବେଳେ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ କଟକଣା ରହିବା ନେଇ କେତେକ ଛାତ୍ରୀଛାତ୍ର ଏହାର ନିନ୍ଦା କରିଛନ୍ତି। ଏ ସମ୍ପର୍କରେ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ୱାର୍ଡେନ ଡ. ପାଢ଼ୀ ମତ ଦେଇଛନ୍ତି ଯେ, ଆମେ ତାଙ୍କୁ ନିରାଶ କରିନାହୁଁ । କିଛି ଦିନ ପରେ ଆସି ପୁସ୍ତକ ନେଇଯିବାକୁ କହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri