ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୭ ନଂ ଗେଟ୍‌ ପୂର୍ବାହ୍ନ ୯ଟାରେ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୧୨୨.୮୫ ମିଟର ଥିବାବେଳେ ଉପରମୁଣ୍ଡରୁ ୮୪୩.୨୫ ଘନମିଟର ଜଳ ପ୍ରବେଶ କରୁଛି। ଖୋଲାଯାଇଥିବା ଗୋଟିଏ ଗେଟ୍‌ରେ ପ୍ରତି ସେକେଣ୍ଡ୍‌ରେ ୨୦୪୨.୨୪ ଘନମିଟର ଜଳ ନିଷ୍କାସିତ ହେଉଛି।