Categories: ବାଣିଜ୍ୟ

ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

ମୁମ୍ବାଇ,୬-୧୨: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ନୂଆ ରେକର୍ଡ ସ୍ତର ଛୁଇଁଛି। ଏହି ସମୟରେ ଏହା ୪୫୧.୭ ବିଲିୟନ ଡଲାରକୁ ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବିଦେଶୀ ମୁଦ୍ରା ଭଣ୍ଡାରରେ ୩୮.୮ ବିଲିୟନ ଡଲାର ବୃଦ୍ଧି ଘଟିଥିବା ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ନଭେମ୍ବର ୨୨ ପରଠାରୁ ଏଥିରେ ୩୪୭ ନିୟୁତ ଡଲାର ବୃଦ୍ଧି ଘଟିଛି। ମାତ୍ର ପ୍ରଥମ ଥର ଲାଗି ଏହା ୪୫୦ ବିଲିୟନ ଡଲାର ଟପିଥିବା ଜଣାପଡିଛି।

Share