Posted inଖେଳ

ରେକର୍ଡ ଦୃଷ୍ଟିରୁ ଧୋନୀ, କିନ୍ତୁ କୁମ୍ବଲେ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-ରେକର୍ଡ ଦୃଷ୍ଟିିରୁ ମହେନ୍ଦ୍ର ସିଂ ଧୋନୀ ମହାନ୍‌ ହୋଇଥାଇ ପାରନ୍ତି କିନ୍ତୁ ମୋ ପାଇଁ ଅନିଲ କୁମ୍ବଲେ ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର। ଭାରତ ଅଧିନାୟକ ଭାବେ ମୋର ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ମାତ୍ର ଜାତୀୟ ଦଳକୁ ଦୀର୍ଘ ଦିନ ଧରି ନେତୃତ୍ୱ ଦେବାର ସାମର୍ଥ୍ୟ କୁମ୍ବଲେଙ୍କ ନିକଟରେ ରହିଥିଲା। ରେକର୍ଡ ଦୃଷ୍ଟିରୁ ଧୋନୀ ବହୁତ ଆଗରେ। ଆଇସିସିର ପ୍ରତ୍ୟେ ଟ୍ରଫି ସେ ଜିତିଛନ୍ତି। ତାଙ୍କ ଖେଳ ମଧ୍ୟ ଉଚ୍ଚ କୋଟୀର। ଚାପକୁ ହାତେଇବାରେ ସେ ଧୁରନ୍ଧର। ଗାଙ୍ଗୁଲିଙ୍କ ପ୍ରଦର୍ଶନ ମଧ୍ୟ ଖୁବ୍‌ ଭଲ ରହିଛି। କିନ୍ତୁ ଯେତେଜଣ ଅଧିନାୟକଙ୍କ ଅଧୀନରେ ଖେଳାଳି ସେମାନଙ୍କ ମଧ୍ୟରେ କୁମ୍ବଲେଙ୍କୁ ମୁଁ ଶ୍ରେଷ୍ଠ କହିବି। ତାଙ୍କ ଅଧୀନରେ ମୁଁ ୬ଟି ଟେଷ୍ଟ ମ୍ୟାଚ ଖେଳିଛି। ତାଙ୍କୁ ଯଦି ଅଧିକ ଦିନ ଧରି ଭାରତର ଅଧିନାୟକ କରାଯାଇଥାନ୍ତା ତେବେ ହୁଏତ ସେ ଅନେକ ରେକର୍ଡ ଭଙ୍ଗ କରିପାରିଥାନ୍ତେ। ଆଇପିଏଲ୍‌ର ୧୨ତମ ବାର୍ଷିକୀ ପାଳନ ଅବସରରେ ଷ୍ଟାର ସ୍ପୋଟର୍‌ସ ଦ୍ୱାରା ଆୟୋଜିତ ‘କ୍ରିକେଟ କନେକ୍ଟେଡ୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସେ ଏହା ପ୍ରକାଶ କରିଛନ୍ତି। ଗମ୍ଭୀର ବର୍ତ୍ତମାନ ଭାଜପାର ଜଣେ ଏମ୍‌ପି ଅଛନ୍ତି। ରାହୁଲ ଡ୍ରାଭିଡଙ୍କ ପରେ କୁମ୍ବଲେ ୨୦୦୭ରେ ଭାରତର ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ନେତୃତ୍ୱରେ ଭାରତର ୧୪ଟି ଟେଷ୍ଟ ମ୍ୟାଚ ଖେଳିଥିଲା। ତନ୍ମଧ୍ୟରୁ ସେ ତିନୋଟିରେ ବିଜୟ ଲାଭ କରିଥିବାବେଳେ ୫ଟି ଡ୍ର ରଖିବାରେ ସମର୍ଥ ହୋଇଥିଲେ। ୬ଟି ମ୍ୟାଚରେ ପରାଜୟବରଣ କରିଥିଲେ। କିନ୍ତୁ ସେ ବର୍ଷେ ନ ପୁରୁଣୁ ଅର୍ଥାତ୍‌ ୨୦୦୮ ନଭେମ୍ବରରେ ଅବସର ନେଇଯାଇଥିଲେ। ପରେ ଧୋନୀ ସମସ୍ତ ତିନୋଟି ଫର୍ମାଟ ପାଇଁ ଅଧିନାୟକ ଭାବେ ନିଯୁକ୍ତି ହୋଇଥିଲେ। ଗମ୍ଭୀରଙ୍କ ହିସାବରେ ରୋହିତ ଶର୍ମା ଆଇପିଏଲ୍‌ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ। ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସେ ୪ଥର ଟାଇଟଲ ଜିତି ସାରିଛନ୍ତି। ଏହି ସଂଖ୍ୟା ୬ କିମ୍ବା ୭ରେ ସେ ପହଞ୍ଚାଇ ଦେଇପାରନ୍ତି ବୋଲି ମୁଁ ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri