Categories: ଫୁରସତ

ରେକର୍ଡ କଲା ହୀରାର ପଦ୍ମଫୁଲ ପରି ମୁଦି

ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍‌ବୁ ଅଗ୍ରଓ୍ବାଲ ଏକ ଖାସ୍‌ ଗହଣା କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି ହେଉଛି ହୀରାର ଏକ ମୁଦି। ୧୮ କ୍ୟାରେଟ୍‌ ରୋଜ୍‌ ଗୋଲ୍ଡରେ ନିର୍ମିତ ଏହି ମୁଦିରେ ୬,୬୯୦ଟି ହୀରା ଖଚ୍ଚିତ ହୋଇଛି। ଆଉ ଏହା ପଦ୍ମ ଫୁଲ ଆକୃତିର ଅଟେ। ଏଥିରେ ୪୮ଟି ହୀରା ଖଚ୍ଚିତ ପାଖୁଡା ରହିଛି। ଏହାର ମୂଲ୍ୟ ୨୮ କୋଟି । ୫୮ ଗ୍ରାମ ବିଶିଷ୍ଟ ଉକ୍ତ ମୁଦିକୁ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଥିଲା। ଉକ୍ତ ମୁଦି ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଜଳ ସଂରକ୍ଷଣର ବାର୍ତ୍ତା ଦେବା। ଯେହେତୁ ପଦ୍ମ ହେଉଛି ଜଳରେ ହେଉଥିବା ସବୁଠୁ ସୁନ୍ଦର ଫୁଲ ତେଣୁ ଏହା ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା ଦେବାକୁ ସେମାନେ ଉଚିତ ମଣିଥିଲେ।

Share