ରୂପ୍‌ସା ଜଙ୍କଶନରେ ଫୁଟ୍‌ ଓଭରବ୍ରିଜ ନିର୍ମାଣ ତ୍ୱରାନ୍ବିତ:ଅନୁଧ୍ୟାନ କଲେ ଡିଆରଏମ୍‌

ରୂପ୍‌ସା, ୨୧।୭(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଚାଲିଥିବା ଫୁଟ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଯାତ୍ରୀଙ୍କ ନିରାପତ୍ତା ଓ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ୧ନଂ. ପ୍ଲାଟଫର୍ମକୁ ଥିବା ଫୁଟ୍‌ ଓଭରବ୍ରିଜ୍‌କୁ ସିଧା ୩ନଂ. ଓ ୪ନଂ. ପ୍ଲାଟଫର୍ମକୁ ସମ୍ପ୍ରସାରଣ କରିବା ଲାଗି ଆଞ୍ଚଳିକ ବିକାଶ ପରିଷଦ ଦାବି କରିଥିଲା। ତଦନୁଯାୟୀ ବର୍ଷକ ପୂର୍ବରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପରେ ମନ୍ଥର ଗତିରେ କାର୍ଯ୍ୟ ହେବାରୁ ବିକାଶ ପରିଷଦର କର୍ମକର୍ତ୍ତା ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଡିଭିିଜ୍‌ନାଲ ରେଳବାଇ ମ୍ୟାନେଜର ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଶନିବାର ଷ୍ଟେଶନରେ ପହଞ୍ଚି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସିନିୟର ଡିଭିଜନାଲ ଅପରେଶନ ମ୍ୟାନେଜର, ସିନିୟର ଇଞ୍ଜିନିୟର, ସିକ୍ୟୁରିଟି କଣ୍ଟ୍ରୋଲ, ଡିଭିଜନାଲ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ୧ନଂ.ରୁ ୩ ଓ ୨ନଂ. ପ୍ଲାଟଫର୍ମକୁ କ୍ରେନ୍‌ ଯୋଗେ ଫୁଟ ଓଭରବ୍ରିଜ୍‌ ସଂଯୋଗ କରାଯାଇଥିଲା। ଏଥିଲାଗି ଡାଉନ ଲାଇନ୍‌ରେ ବିଦ୍ୟୁତ୍‌ ସରବରାହକୁ ବିଚ୍ଛିନ୍ନ କରାଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଡାଉନ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଡିଆରଏମ୍‌ ଓ ସିନିୟର ଡିଭିଜନାଲ ଇଞ୍ଜିନିୟରଙ୍କ ଅନୁଧ୍ୟାନ ବେଳେ ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ସାଧାରଣ ସମ୍ପାଦକ ସୁଧାକର ଗିରି, କର୍ମକର୍ତ୍ତା ନିରଞ୍ଜନ ପଣ୍ଡାଶର୍ମା, ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର ବେହେରା, ଚକ୍ରଧର ଆଚାର୍ଯ୍ୟଙ୍କ ସମେତ ଷ୍ଟେଶନ ମ୍ୟାନେଜର ଏମ୍‌ ହାଁସଦା, ଶ୍ରୀପତି ରାଉତ, ଆରପିଏଫ୍‌ ସବ୍‌ଇନ୍ସପେକ୍ଟର ଭଗବାନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri